ହାତରୁ ୪୦ ଫୁଟ ତଳକୁ ଖସିପଡ଼ି ବାଳୁତ ମୃତ

ରାୟପୁର: ମୃତ୍ୟୁ କେତେବେଳେ କୋଉ ବାଟରେ ଆସିଥାଏ; ଜାଣିଲେ ଆଶ୍ଚର୍ଯ୍ୟ ଲାଗେ । ଛତିଶଗଡ଼ର ରାୟପୁରସ୍ଥିତ ଗୋଟିଏ ସପିଙ୍ଗ୍‌ ମଲରେ ବାପାଙ୍କ ହାତରୁ ଆକସ୍ମିକ ବର୍ଷକର ପିଲାଟି ତିନିମହଲାରୁ ଖସି ପ୍ରାଣ ହରାଇଛି । ସଂପୃକ୍ତ ଘଟଣାଟି ସିସିଟିଭି ଫୁଟେଜରେ ରହିଯାଇଛି । ପୁରା ପରିବାର ଏସ୍କାଲେଟରରେ ଥିଲେ ।

ସଂପୃକ୍ତ ବ୍ୟକ୍ତି ତାଙ୍କର ପୁଅଟିକୁ କୋଳରେ ଧରିଥିଲେ ଓ ଆଉ ଗୋଟିକର ହାତ ଧରି ଉପରକୁ ଯାଉଥିଲେ । ହଠାତ୍‌ ନିୟନ୍ତ୍ରଣ ହରାଇବାରୁ ତାଙ୍କ ହାତରୁ ପିଲାଟି ପ୍ରାୟ ୪୦ ଫୁଟ ତଳକୁ ଖସିପଡ଼ିଲା । ପିଲାଟିକୁ ତୁରନ୍ତ ନିକଟତମ ଡାକ୍ତରଖାନାକୁ ନିଆଯାଇଥିଲା । ଡାକ୍ତର ତାକୁ ପରୀକ୍ଷା କରି ମୃତ ଘୋଷଣା କରିଥିଲେ ।