ପାକିସ୍ତାନର ବନ୍ୟା ବିପନ୍ନଙ୍କୁ ସାହାଯ୍ୟର ହାତ ବଢ଼ାଇଲେ ହିନ୍ଦ

ନୂଆଦିଲ୍ଲୀ: ପାକିସ୍ତାନ ଏବେ ତାର ଇତିହାସରେ ସବୁଠାରୁ ଭୟଙ୍କର ଦୁର୍ଦ୍ଦଶାର ସମ୍ମୁଖିନ ହୋଇଛି । ଦେଶରେ ଆସିଥିବା ଭୟଙ୍କର ବନ୍ୟା ବିତ୍ପାତ ଲୋକଙ୍କୁ ସର୍ବସ୍ୱାନ୍ତ କରିସାରିଲାଣି । ଏମିତିରେ ବେଲୁଚିସ୍ତାନରେ ଥିବା ହିନ୍ଦୁମାନେ ଭାଇଚାରା ଓ ମାନବିକତାର ପରିଚୟ ଦେଇଛନ୍ତି । ସେଠି ରହୁଥିବା ହିନ୍ଦୁମାନେ ବନ୍ୟା ପ୍ରପିଡ଼ିତ ମାନଙ୍କ ପାଇଁ ମନ୍ଦିରର ଦୂଆର ଖୋଲି ଦେଇଛନ୍ତି । ଅର୍ଥାତ ମନ୍ଦିରରେ ରହିବାକୁ ବ୍ୟବସ୍ତା କରିଛନ୍ତି ହିନ୍ଦୁ ବାସିନ୍ଦାମାନେ । ବନ୍ୟାରେ ପାଖାପାଖି ୮୦ଟି ଜିଲ୍ଲା କ୍ଷତିଗ୍ରସ୍ତ ହୋଇଥିବା ବେଳେ ମୃତ୍ୟୁ ସଂଖ୍ୟା ୧୨୦୦ ଟପିଛି । ଦେଶରେ ଏପରି ବନ୍ୟା ପରିସ୍ଥିତି ଦେଖି ବାଲୁଚିସ୍ତାନର ସ୍ଥାନୀୟ ଲୋକମାନେ ବନ୍ୟା ପୀଡିତଙ୍କ ପାଇଁ ବାବା ମଧୁଦାସ ମନ୍ଦିରର ଦ୍ୱାର ଖୋଲିଦେଇଥିଲେ । ଅନ୍ୟପକ୍ଷରେ ମିଳିତ ଜାତିସଂଘର ଜନସଂଖ୍ୟା ପାଣ୍ଠି ସଂଗଠନ ମଧ୍ୟ ପାକିସ୍ତାନର ପରିସ୍ଥିତିକୁ ନେଇ ଉଦ୍‌ୱେଗ ପ୍ରକାଶ କରିଛି ।