ଇସଲାମାବାଦ: ପାକିସ୍ତାନରେ ନିର୍ମାଣ ହେବ ହିନ୍ଦୁ ମନ୍ଦିର । ଏହି ମନ୍ଦିର ରାଜଧାନୀ ଇସଲାମାବାଦରେ ନିର୍ମାଣ ହେବ । ଏହି ମନ୍ଦିର ନିର୍ମାଣ ପୂର୍ବରୁ ବିବାଦ ଦେଖାଦେଇଥିଲା । ହିନ୍ଦୁଙ୍କ ଆବଣ୍ଟିତ ହୋଇଥିବା ଜମିରେ ମନ୍ଦିର, ଶ୍ମଶାନ ଘାଟ ଓ ସାମୁଦିୟକ କେନ୍ଦ୍ର ନିର୍ମାଣ ହେବାର ଥିଲା । ତେବେ ଏହି ଘଟଣା ଉପରେ ଆଲୋଚନା ପରେ ଏହି ଜମିକୁ ପୁଣି ଥରେ ହିନ୍ଦୁ ସମୁଦାୟଙ୍କୁ ଆବଣ୍ଟିତ କରାଯାଇଥିଲା ।
ଏକ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ଇସଲାମାବାଦ ହାଇକୋର୍ଟରେ ଏକ ମାମଲାରେ ଶୁଣାଣି ସମୟରେ କ୍ୟାପିଟାଲ ଡେଭଲପମେଣ୍ଟ ଅଥରିଟି ସୋମବାର କୋର୍ଟରେ କହିଛନ୍ତି କି ହିନ୍ଦୁ ସମ୍ପ୍ରଦାୟକୁ ଦିଆଯାଇଥିବା ଜମିକୁ ବାତିଲ କରାଯାଇଛି । ସିଡତିଏର ପରାମର୍ଶଦାତା ଜାଭେଦ ଇକବାଲ କୋର୍ଟଙ୍କୁ କହିଛନ୍ତି କି ନାଗରିକ ଏଜେନ୍ସି ଚଳିତ ବର୍ଷ ଫେବୃଆରୀରେ ହିନ୍ଦୁ ସମ୍ପ୍ରାଦାୟ ପାଇଁ ଜମି ବାତିଲ କରିସାରିଛି । ଯେହେତୁ ମନ୍ଦିର ପାଇଁ ଆବଣ୍ଟିତ ଜମିରେ ସୀମା ପ୍ରଚୀର ନିର୍ମାଣ ପାଇଁ ଅନୁମୋଦନ ମିଳିସାରିଛି । ତେଣୁ ଏହି ଜମିକୁ ବାତିଲ କରାଯାଇପାରିବ ନାହିଁ । ଯେଉଁ ଜମିରେ ନିର୍ମାଣ କାର୍ଯ୍ୟ କରାଯାଇ ନାହିଁ ସେହି ସବୁ ଜମିକୁ ବାତିଲ କରାଯାଇଛି । କ୍ୟାବିନେଟର ନିଷ୍ପତି ପାଇଁ କିଛି ଦ୍ୱନ୍ଦ ସୃଷ୍ଟି ହୋଇଥିଲା । ତେବେ ଏହି ମାମଲାରେ ଉଚ୍ଚ଼ ପଦକ୍ଷେପଙ୍କ ହସ୍ତକ୍ଷେପ ପରେ ଜମି ଆବଣ୍ଟନ ପୁନଃସ୍ଥାପିତ ହୋଇଛି।