ଭୟଙ୍କର ସଡକ ଦୁର୍ଘଟଣାରେ ୧୨ ଜୀବନ୍ତ ଦଗ୍ଧ

ଯୋଧପୁର: ଦୁର୍ଘଟଣା ପରେ ଜଳିଲା ବସ୍‌ ଓ ଟ୍ରେଲର । ଏହି ଘଟଣା ଘଟିଛି ରାଜସ୍ଥାନରବାରମେର ଜିଲ୍ଲାର ଯୋଧପୁର ଜାତୀୟ ରାଜପଥରେ । ଏକ ବସ୍‌ ଓ ଟ୍ରେଲର ମୁହାଁମୁହିଁ ଧକ୍କା ହେବା ପରେ ବସ୍‌ ଓ ଟ୍ରେଲର ନିଆଁ ଲାଗିଥିଲା । ଏହି ଅଗ୍ନିକାଣ୍ଡ ଫଳରେ ୧୨ ଜଣ ଜୀବନ୍ତ ଦଗ୍ଧ ହୋଇଛନ୍ତି । ଏହି ଦୁର୍ଘଟଣା ସମୟରେ ବସରେ ୨୫ ଜଣ ଯାତ୍ରୀ ଥିଲେ । ଖବରପାଇ ଘଟଣାସ୍ଥଳରେ ପୋଲିସ, ଅଗ୍ନିଶବ ବାହିନୀ ପହଞ୍ଚି ଉଦ୍ଧାର କାର୍ଯ୍ୟକୁ ଜୋରଦାର କରିଥିଲେ । ରଙ୍ଗ ରୁଟରେ ଆସୁଥିବା ଟ୍ରେଲର ସହ ଧକ୍କା ହେବା ପରେ ବସ୍‌ଟି ଜଳି ଯାଇଥିଲା । ଏହି ଘଟଣା ପରେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ରିଲିଫ ଓ ଉଦ୍ଧାର କାର୍ଯ୍ୟ ପାଇଁ ଜିଲ୍ଲା କଲେକ୍ଟରଙ୍କୁ ନିର୍ଦ୍ଦେଶ ଦେବା ସହ ଆହାତଙ୍କୁ ଉନ୍ନତ ଚିକିତ୍ସା କରିବାକୁ କହିଛନ୍ତି ।