ସବୁ ଜାଣି ନ ଜାଣିବାର ବାହାନା କରୁଛନ୍ତି ମହାମହିମ ରାଷ୍ଟ୍ରପତି !

ସବୁ ଜାଣି ନ ଜାଣିବାର ବାହାନା କରୁଛନ୍ତି ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଏମିତି ବି ହୋଇପାରେ ମହାମହିମଙ୍କ ପାଟିକୁ ବନ୍ଦ କରିଦେଇ ପ୍ରଧାନମନ୍ତ୍ରୀ ତାଙ୍କର ଏକାନ୍ତ ଅନୁଗତ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀଙ୍କ ପରାମର୍ଶରେ ଦେଶ ଶାସନ କରୁଛନ୍ତି ।

ଦେଶର ଶାସନ ବ୍ୟବସ୍ଥା କୋଉ ଆଡ଼କୁ ଯାଉଛି, ସେ ସଂପର୍କରେ କିଛି ଜାଣିବା ଦରକାର ନାହିଁ ବୋଲି ମହାମହିମ ଭାବୁ ନଥିବେ କାହିଁକି?

ନରେନ୍ଦ୍ର ମୋଦୀଙ୍କୁ ପ୍ରଧାନମନ୍ତ୍ରୀ ଭାବେ ଶପଥ ପାଠ କରାଇବା ପରେ ମହାମହିମ ଭାବୁଥିବେ ଦେଶର ୧୪୩ କୋଟି ଜନତାଙ୍କ ଧନଜୀବନ ପ୍ରଧାନମନ୍ତ୍ରୀଙ୍କ ହାତରେ ବେଶ ସୁରକ୍ଷିତ ।

ରାଷ୍ଟ୍ରପତି ହେବା ପୂର୍ବରୁ ଦ୍ରୌପଦୀ ମୁର୍ମୁ ବିଜେପିର ଆଜ୍ଞାଧୀନ ସେବକ ଥିଲେ । ବିଜେପି ଅନୁଗ୍ରହରୁ ସେ ବହୁ ଉଚ୍ଚ ପଦପଦବୀରେ ରହି କ୍ଷମତା ଉପଭୋଗ କରି ଆସିଛନ୍ତି । ନରେନ୍ଦ୍ର ମୋଦୀଙ୍କ ଦୟାରୁ ଦେଶର ପ୍ରଥମ ନାଗରିକ ହୋଇ ପାରିଛନ୍ତି । ଆଗାମୀ ଦିନରେ ତାଙ୍କୁ ରାଷ୍ଟ୍ରପତି ପଦବୀରୁ ଇସ୍ତଫା ଦେବାକୁ ପଡ଼ିପାରେ ବୋଲି ଏ କଥାଟି ହୁଏତ ଦ୍ରୌପଦୀ ମୁର୍ମୁ ଜାଣି ପାରିଛନ୍ତି ।

ଯୋଉ ପରିସ୍ଥିତିର ଶିକାର ହୋଇ ବିଜେପିର ସଚ୍ଚୋଟ କର୍ମୀ ଜଗଦୀପ ଧନଖଡ଼ଙ୍କୁ ଉପ-ରାଷ୍ଟ୍ରପତି ପଦବୀରୁ ଇସ୍ତଫା ଦେବାକୁ ପଡ଼ିଥିଲା । ସେହି ପରିସ୍ଥିତି ସଂପର୍କରେ ମହାମହିମ କାହାକୁ କହିବାକୁ ସାହସ କରି ପାରୁନାହାନ୍ତି । ଜଣେ ସୂଚନା ଅଧିକାର କର୍ମୀ ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟକୁ ଚିଠିଟିଏ ପଠାଇ ସୂଚନା ଅଧିକାର ବଳରେ ପୂର୍ବତନ ଉପ-ରାଷ୍ଟ୍ରପତି ଜଗଦୀପ ଧନଖଡ଼ଙ୍କ ଇସ୍ତଫା ସଂପର୍କୀତ ବିବରଣୀ ଲୋଡ଼ିଥିଲେ ।

ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟ ପକ୍ଷରୁ ସଂପୃକ୍ତ ବ୍ୟକ୍ତିଙ୍କ ନିକଟକୁ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ଛପା ଯାଇଥିବା ଗେଜେଟ୍ ଓ ସେଥିରେ ପ୍ରକାଶିତ ଖବରକୁ ଜଣାଇ ଦେଇ ସାମ୍ବିଧାନିକ ଦାୟିତ୍ୱ ତୁଲାଇ ଦେଇଛନ୍ତି ।

ଉପ-ରାଷ୍ଟ୍ରପତି ପଦବୀରୁ ଇସ୍ତଫା ଦେବା ପରଠାରୁ ଜଗଦୀପ ଧନଖଡ଼ଙ୍କର ଦେଖାଦର୍ଶନ ମିଳୁନାହିଁ । ଉପ-ରାଷ୍ଟ୍ରପତି ପଦରେ ଆସୀନ ଜଣେ ବ୍ୟକ୍ତିଙ୍କୁ ହାଇଜାକ୍ କରି ବଳପୂର୍ବକ ଭାବେ ଇସ୍ତଫା ପତ୍ରରେ ତାଙ୍କ ନିକଟରୁ ଦସ୍ତଖତ ହାସଲ କରି ଅମିତ ଶାହଙ୍କ ଭଳି ଜଣେ ଧୂର୍ତ ରାଜନେତା ତାଙ୍କର ଦାଦାଗିରି ଚଳାଇଛନ୍ତି ।

ମହାମହିମ ରାଷ୍ଟ୍ରପତିଙ୍କୁ କିଛି ମାଲୁମ ନାହିଁ । ଏହିଥିରୁ ଶାସନର ଗତି କେତେ ତଳକୁ ଚାଲିଗଲାଣି, ୧୪୩ କୋଟି ଜନତା ଟିକେ ବିଚାର କରିବା ଉଚିତ୍ ନୁହେଁ କି?