ଉତ୍ତରପ୍ରଦେଶ: ଯୌତୁକ ଦାବି ଏକ ଅପରାଧ ସତ୍ତ୍ୱେ ଏହି ପ୍ରଥାକୁ ଖଣ୍ଡନ କରାଯାଇପାରୁନି । ବହୁ ନିରୀହ ନବବଧୂ ମାନେ ଏଭଳି ପ୍ରଥା ପାଇଁ ହାରୁଛନ୍ତି ନିଜ ଜୀବନ ।
ଏମିତି ବି କିଛି ଲୋକ ଅଛନ୍ତି ଯିଏ କି ବିବାହକୁ ଏକ ଟଙ୍କା ବ୍ୟବସାୟ ଭାବି ସାରିଲେଣି । ଯଦି ଦାବି ହୋଇଥିବା ଟଙ୍କା ନ ମିଳୁଛି ଶଶୁର ଘରୁ ସେଠି ଆରମ୍ଭ ହେଇଯାଉଛି ନିର୍ଯାତନା । ଏମିତି ଏକ ଘଟଣା ସାମ୍ନାକୁ ଆସିଛି ହରଦୋଇ ଜିଲ୍ଲାର ସହଜନପୁର ଗାଁରୁ । ସ୍ବାମୀ ଜଣକ ସ୍ତ୍ରୀଙ୍କୁ କହିଥିଲେ ୫୦,୦୦୦ ନିଜ ବାପାଙ୍କଠାରୁ ଆଣି ଦେବା ପାଇଁ । ହେଲେ ତାଙ୍କ ବାପାଙ୍କର ସାମର୍ଥ୍ୟ ନଥିଲା ଏହି ଦାବି ପୁରାଣ କରିବାପାଇଁ । ଯାହା ଦ୍ୱାରା ଟଙ୍କା ନ ଆଣିବାରୁ ସ୍ବାମୀ ରାଗରେ ଏକ ଧାରୁଆ ଅସ୍ତ୍ରରେ ସ୍ତ୍ରୀଙ୍କୁ ଆକ୍ରମଣ କରି ତାଙ୍କ ନାକ କାଟିଦେଇଥିଲେ ।