ଗିରଫ ହେବେ ଇମ୍ରାନ ଖାନ!

ଏକାଧିକ ମାମଲାରେ ଫସିଥିବା ଇମ୍ରାନଙ୍କୁ ପେଶାୱର ହାଇକୋର୍ଟ ଜୁନ ୨ରେ ୩ ସପ୍ତାହର ଜାମିନ ଦେଇଛନ୍ତି…

ଇସଲାମାବାଦ: ପାକିସ୍ତାନ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଅଡ଼ୁଆ ବଢ଼ିଛି । ଜାମିନ ଅବଧି ସରିବା ପରେ ସେ ଗିରଫ ହେବେ ବୋଲି ସୂଚନା ଦେଇଛନ୍ତି ପାକିସ୍ତାନର ଆଭ୍ୟନ୍ତରୀଣ ମନ୍ତ୍ରୀ । ସେ କହିଛନ୍ତି, ଇମ୍ରାନ ନାଁରେ ଦଙ୍ଗା, ଦେଶଦ୍ରୋହୀ ଭଳି ୨୪ରୁ ଅଧିକ ମାମଲା ରହିଛି । ଲୋକଙ୍କୁ ଦଙ୍ଗା ପାଇଁ ଉସକାଉଥିବା ଜଣେ ବ୍ୟକ୍ତି କୌଣସି ରାଜନୀତିକ ଦଳର ମୁଖ୍ୟ ହେବେ କେମିତି ଗଣତାନ୍ତ୍ରିକ ମୂଲ୍ୟବୋଧକୁ ଗ୍ରହଣ ନ କରି ବିରୋଧୀଙ୍କୁ ଦେଶଦ୍ରୋହୀ କହୁଥିବା ଜଣେ ବ୍ୟକ୍ତି କେମିତି ଶାସନ କରିବେ ବୋଲି ରାଣା ପ୍ରଶ୍ନ କରିଛନ୍ତି । ଏକାଧିକ ମାମଲାରେ ଫସିଥିବା ଇମ୍ରାନଙ୍କୁ ପେଶାୱର ହାଇକୋର୍ଟ ଜୁନ ୨ରେ ୩ ସପ୍ତାହର ଜାମିନ ଦେଇଛନ୍ତି । ଏହି ଅବଧି ସରିବା ପରେ ହିଁ ସେ ଗିରଫ ହେବେ ବୋଲି କୁହାଯାଉଛି ।