ଇଂଲଣ୍ଡ ଗସ୍ତ ପାଇଁ ପ୍ରସ୍ତୁତି ଆରମ୍ଭ କଲେ ରୋହିତ ଶର୍ମା

ଇଂଲଣ୍ଡ ଗସ୍ତରେ ଭାରତକୁ ପଞ୍ଚମ ତଥା ଅନ୍ତିମ ଟେଷ୍ଟ ଖେଳିବାର ଅଛି…

ନୂଆଦିଲ୍ଲୀ(ଏଜେନ୍ସୀ): ରୋହିତ ଶର୍ମାଙ୍କ ନେତୃତ୍ୱାଧୀନ ଭାରତୀୟ ଦଳ ଜୁଲାଇ ପ୍ରଥମ ସପ୍ତାହରେ ଇଂଲଣ୍ଡ ବିପକ୍ଷରେ ଏକ ମାତ୍ର ଟେଷ୍ଟ ମ୍ୟାଚରୁ କ୍ରିକେଟର ଲମ୍ବା ଫର୍ମାଟକୁ ପ୍ରତ୍ୟାବର୍ତ୍ତନ କରିବ । ଭାରତ ନିଜର ଗତ ଟେଷ୍ଟ ଚଳିତ ବର୍ଷ ମାର୍ଚ୍ଚରେ ଶ୍ରୀଲଙ୍କା ବିପକ୍ଷରେ ଖେଳିଥିଲା । ଏବେ ଦଳ ଜୁଲାଇରେ ସିଜିନର ପ୍ରଥମ ଟେଷ୍ଟ ଖେଳିବ । ଇଂଲଣ୍ଡ ଗସ୍ତରେ ଭାରତକୁ ପଞ୍ଚମ ତଥା ଅନ୍ତିମ ଟେଷ୍ଟ ଖେଳିବାର ଅଛି । ଗତ ବର୍ଷ କରୋନା କାରଣରୁ ଶେଷ ଟେଷ୍ଟ ମ୍ୟାଚ୍‌? ରଦ୍ଦ ହୋଇଥିଲା । ଉକ୍ତ ସିରିଜରେ ଭାରତ ୨-୧ରେ ଅଗ୍ରଣୀ ହାସଲ କରିଛି । ଭାରତୀୟ ଦଳ ଅଧିନାୟକ ରୋହିତ ଶର୍ମା ଏହି ଟେଷ୍ଟ ମ୍ୟାଚ୍‌? ପାଇଁ ନିଜର ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି ।

ରୋହିତ ଆଇପିଏଲ ୨୦୨୨ ସରିବା ପରେ ପ୍ରଥମ ଥର ମଇଦାନକୁ ଓହ୍ଲାଇଛନ୍ତି. ସେ ନିଜର ଇନଷ୍ଟାଗ୍ରାମରେ ଟ୍ରେନିଂକୁ ନେଇ ଫଟୋ ପୋଷ୍ଟ କରିଛନ୍ତି । ଏଥିରେ ସେ ପଡିଆରେ ୌଡୁଥିବା ଦେଖିବାକୁ ମିଳିଛି । ପଡିଆରେ ରୋହିତ ଝାଳ ବୁହାଇଛନ୍ତି । ୩୫ ବର୍ଷୀୟ ରୋହିତ ଶର୍ମାଙ୍କୁ ଦକ୍ଷିଣ ଆଫ୍ରିକା ବିପକ୍ଷ ପାଞ୍ଚ ମ୍ୟାଚ୍‌? ବିଶିଷ୍ଟ ଟି-୨୦ ସିରିଜରେ ବିଶ୍ରାମ ଦିଆଯାଇଛି । କେଲଏ ରାହୁଲଙ୍କୁ ଦଳର ଅଧିନାୟକ ଦାୟିତ୍ୱ ଦିଆଯାଇଛି । ଏହି ସିରିଜ ପରେ ଭାରତ ଆୟରଲାଣ୍ଡ ସହିତ ଦୁଇ ମ୍ୟାଚର ଟି-୨୦ ସିରିଜ ଖେଳିବ । ସଂପ୍ରତି ରୋହିତ ଶର୍ମା ଫର୍ମରେ ନାହାନ୍ତି ।

ଆଇପିଏଲ ୨୦୨୨ରେ ମଧ୍ୟ ସେ ନିଜର ଲୟରେ ନଜର ଆସିନଥିଲେ । ତାଙ୍କ ନିରାଶଜନକ ପ୍ରଦର୍ଶନର ପ୍ରଭାବ ମୁମ୍ବାଇ ଇଣ୍ଡିଆନ୍ସ ଉପରେ ପଡିଥିଲା । ଫଳରେ ଦଳ ଚଳିତ ସଂସ୍କରଣରେ ନିମ୍ନମାନର ପ୍ରଦର୍ଶନ ଖେଳି ପଏଣ୍ଟ ଟେବୁଲର ଶେଷରେ ରହିଥିଲା । ହେଲେ ଅନ୍ତର୍ଜାତୀୟ କ୍ରିକେଟରେ ରୋହିତ ନିଜର ପୁରୁଣା ଫର୍ମକୁ ଫେରିବେ ବୋଲି ଆଶା କରାଯାଉଛି ।