ରାଜସ୍ଥାନ ଭରତପୁରରେ ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ପଥରମାଡ

ରାଜସ୍ଥାନର ଭରତପୁରରେ ମୋକଦ୍ଦମାରେ ଖଲାସ ହେବାକୁ ନେଇ ଖୁସିରେ ନାଚୁଥିବା….

ନୂଆଦିଲ୍ଲୀ: ରାଜସ୍ଥାନର ଭରତପୁରରେ ମୋକଦ୍ଦମାରେ ଖଲାସ ହେବାକୁ ନେଇ ଖୁସିରେ ନାଚୁଥିବା ବେଳେ ୨ ଗୋଷ୍ଠୀ ମଧ୍ୟରେ ମୁହାଁମୁହିଁ ହୋଇଛି । ଏହା ପରେ ପାଖାପାଖି ଅଧ ଘଣ୍ଟା ପର୍ଯ୍ୟନ୍ତ ପଥରମାଡ ହୋଇଛି । ଉପଦ୍ରବକାରୀମାନେ ଗାଡି ଭଙ୍ଗାରୁଜା କରିଛନ୍ତି । ପଥରମାଡରେ ୨ ଜଣ ଲୋକ ଆହତ ହୋଇଛନ୍ତି । ସୂଚନାଯୋଗ୍ୟ ଯେ, ୨୦୧୩ ମସିହାରେ ହୋଇଥିବା ଘଟଣାକୁ ନେଇ ସୋମବାର ଦ୍ୱିତୀୟ ଥର ପାଇଁ ମଥୁରା ଗେଟ ଥାନା ଅନ୍ତର୍ଗତ ବୁଦ୍ଧର ହାଟରେ ହୋଇଛି । ପୁଲିସ ଏହି ମାମଲାରେ ୧୫ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି । ସୂଚନା ମିଳିବା ମାତ୍ରେ ପୋଲିସ ଘଟଣାସ୍ଥଳକୁ ପହଞ୍ଚିଥିଲା ଏବଂ ପରିସ୍ଥିତିକୁ ନିୟନ୍ତ୍ରିତ କରିଥିଲା ।