ଗୁଇନ୍ଦା ମୁଖ୍ୟ କାର୍ଯ୍ୟାଳୟ ଉପରେ ଗ୍ରେନେଡ ମାଡ

ପଞ୍ଜାବର ମୋହାଲିସ୍ଥିତ ସୋହାନାରେ ଗୁଇନ୍ଦା ବ୍ୟୁରୋର କାର୍ଯ୍ୟାଳୟରେ ବିସ୍ଫୋରଣ….

ମୋହାଲି : ପଞ୍ଜାବର ମୋହାଲିସ୍ଥିତ ସୋହାନାରେ ଗୁଇନ୍ଦା ବ୍ୟୁରୋର କାର୍ଯ୍ୟାଳୟରେ ବିସ୍ଫୋରଣ ହୋଇଛି । ଏହି ବିସ୍ଫୋରଣ ଏତେ ଭୟଙ୍କର ଥିଲା ଯେ, କୋଠାର କାଚଗୁଡିକ ଭାଙ୍ଗି ଯାଇଛି । ସୂଚନା ମିଳିବା ପରେ ଏସଏସପି ଆଇଜି ପହଞ୍ଚି ତଦନ୍ତ ଆରମ୍ଭ କରିବା ସହ ପଞ୍ଜାବରେ ହାଇ ଆଲର୍ଟ ଜାରି କରିଦିଆଯାଇଛି । ପଞ୍ଜାବ ଗୁଇନ୍ଦା କାର୍ଯ୍ୟାଳୟର ତୃତୀୟ ମହଲାରେ ବିସ୍ଫୋରଣ ହୋଇଥିଲା । କୁହାଯାଉଛି ଯେ ରକେଟରେ ହୋଇଥିବା ଗ୍ରେନେଡ କୋଠାର ୩ୟ ମହଲାକୁ ଟାର୍ଗେଟ କରାଯାଇଥିଲା । ଏହି ବିସ୍ଫୋରଣରେ କୌଣସି କ୍ଷତି ହୋଇନଥିବା ଜଣାପଡିଛି । ଏହି ଘଟଣା ପରେ ଏନଆଇଏର ଟିମ ପଠାଯାଇଥିବା ଜଣାପଡିଛି ।