ରାଜଧାନୀରେ ଲୁଟେରାଙ୍କ ଆତଙ୍କରାଜ, ବାଇକ୍‌ରେ ଆସି ଝାମ୍ପି ନେଲେ ସୁନା ଚେନ୍‌

ଜଧାନୀରେ ଥମୁନି ଲୁଟେରାଙ୍କ ଆତଙ୍କରାଜ । ପଲ୍‌ସରରେ ଆସି ବନ୍ଧୁକ ମୁନରେ…

ଭୁବନେଶ୍ୱର: ରାଜଧାନୀରେ ଥମୁନି ଲୁଟେରାଙ୍କ ଆତଙ୍କରାଜ । ପଲ୍‌ସରରେ ଆସି ବନ୍ଧୁକ ମୁନରେ ସୁନା ଚେନ୍‌ ଲୁଟି ନେଲେ ଲୁଟେରା । ଖବର ଅନୁଯାୟୀ, ଭୁବନେଶ୍ୱର ନୟାପଲ୍ଲୀ ପ୍ରିୟା ହୋଟେଲ ସମ୍ମୁଖରେ ଲୁଟ୍‌ ହୋଇଛି । କୌଣସି କାମରେ ଭୁବନେଶ୍ୱର ଆସିଥିବା ଦମ୍ପତ୍ତିଙ୍କ ଠାରୁ ଲୁଟ୍‌ ହୋଇଛି । ହୋଟେଲ୍‌ ସମ୍ମୁଖରେ ବନ୍ଧୁକ ମୁନରେ ସୁନା ଚେନ୍‌ ଲୁଟି ନେଲେ ୩ ଜଣ ଲୁଟେରା । ପରେ ଘଟଣାସ୍ଥଳରୁ ବାଇକ୍‌ରେ ଫେରାର ହୋଇଗଲେ ଲୁଟେରା । ସେପଟେ ନୟାପଲ୍ଲୀ ଥାନାରେ ଅଭିଯୋଗ ପରେ ପୋଲିସ ତଦନ୍ତ ଆରମ୍ଭ କରିଛି । ଏପିରିକି ନିକଟରେ ଥିବା ସିସିଟିଭି ଫୁଟେଜ୍‌ ମଧ୍ୟ ତଦନ୍ତ ପରିସରଭୁକ୍ତ କରାଯିବ ବୋଲି ସୂଚନା ମିଳିଛି ।