ଦୁଇ ବ୍ୟାଙ୍କ ଉପରେ ଆରବିଆଇର ଜରିମାନା

ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ବ୍ୟାଙ୍କିଙ୍ଗ ନିୟମ ପାଳନ ନ କରିବା ଅଭିଯୋଗରେ….

ନୂଆଦିଲ୍ଲୀ : ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ବ୍ୟାଙ୍କିଙ୍ଗ ନିୟମ ପାଳନ ନ କରିବା ଅଭିଯୋଗରେ ୨ଟି ବ୍ୟାଙ୍କକୁ ୫୯ ଲକ୍ଷ ଟଙ୍କା ଜରିମାନା ଲଗାଇଛି । ଏହି ୨ଟି ବ୍ୟାଙ୍କ ମୁମ୍ବାଇ ଓ ଗାଜିଆବାଦରେ ଅଛି । ମୁମ୍ବାଇ ସ୍ଥିତ ଅଭ୍ୟୁଦୟ କୋ-ଅପରେଟିଭ ବ୍ୟାଙ୍କ ଉପରେ ଅନେକ ନିର୍ଦ୍ଦେଶକୁ ଲାଗୁ କରାନଯିବା ଅଭିଯୋଗରେ ୫୮ ଲକ୍ଷ ଟଙ୍କା ଜରିମାନା ହୋଇଛି । ବ୍ୟାଙ୍କ ତରଫରୁ ଏନପିଏ ସହିତ ଜଡିତ ନିୟମକୁ ଅଣଦେଖା କରାଯାଇଥିଲା । ଏହି କାରଣରୁ କେନ୍ଦ୍ରୀୟ ବ୍ୟାଙ୍କ ଅଭ୍ୟୁଦୟ ବ୍ୟାଙ୍କ ଉପରେ ଜରିମାନା ଲଗାଇଛି । ଅନ୍ୟପଟରେ ଆରବିଆଇ କହିଛି ଯେ, ଗାଜିଅବାଦାସ୍ଥିତ ନୋଏଡା କମର୍ସିଆଲ କୋ-ଅପରେଟିଭ ବ୍ୟାଙ୍କ ଉପରେ ମଧ୍ୟ ବ୍ୟାଙ୍କିଙ୍ଗ ରେଗୁଲେଶନ ଆକ୍ଟ ୧୯୪୯ ନିୟମକୁ ଅଣଦେଖା କରିବାକୁ ୧ ଲକ୍ଷ ଟଙ୍କା ଜରିମାନା ଲଗାଇଥିବା ଜଣାପଡିଛି ।