ଲଙ୍କାରେ ଲଙ୍କାକାଣ୍ଡ: ରାଜପକ୍ଷେଙ୍କ ଘର ଜାଳିଦେଲେ ପ୍ରର୍ଶନକାରୀ

ଆର୍ଥିକ ସଂକଟ ଦେଇ ଗତିକରୁଥିବା ଶ୍ରୀଲଙ୍କାରେ ଲଙ୍କାକାଣ୍ଡ ଦେଖିବାକୁ ମିଳିଛି…

ନୂଆଦିଲ୍ଲୀ: ଆର୍ଥିକ ସଂକଟ ଦେଇ ଗତିକରୁଥିବା ଶ୍ରୀଲଙ୍କାରେ ଲଙ୍କାକାଣ୍ଡ ଦେଖିବାକୁ ମିଳିଛି । ପ୍ରଦର୍ଶନକାରୀମାନେ ନିଜ ପଦରୁ ଇସ୍ତଫା ଦେଇସାରିଥିବା ଶ୍ରୀଲଙ୍କାର ପୂର୍ବତନ ପ୍ରଧାନମନ୍ତ୍ରୀ ମହିନ୍ଦା ରାଜପକ୍ଷେଙ୍କ ଘରେ ନିଆ ଲଗାଇ ଦେଇଛନ୍ତି । ମହିନ୍ଦା ରାଜପକ୍ଷେଙ୍କ ଇସ୍ତଫା ପରେ ଶ୍ରୀଲଙ୍କାର ଅବସ୍ଥା ଆହୁରି ଅଧିକ ଦୟନୀୟ ହୋଇଯାଇଛି । ରାଜପକ୍ଷେଙ୍କ ଉତ୍ତର-ପଶ୍ଚିମ ରାଜ୍ୟର କୁରୁନେଗଲା ସହରରେ ଥିବା ନିବାସରେ ନିଆଁ ଲାଗିଛି । ଏହି ଘଟଣା ମହିନ୍ଦାଙ୍କ ରାଷ୍ଟ୍ରପତିଙ୍କୁ ନିଜର ଇସ୍ତଫା ଦେବା ପରେ ସାମ୍ନାକୁ ଆସିଛି । ଏହା ପୂର୍ବରୁ ସରକାର ବିରୋଧୀ ପ୍ରଦର୍ଶନକାରୀ ଶ୍ରୀଲଙ୍କାର ମୋରାତୁବା ମେୟର ସମନ ଲାଲ ଫର୍ଣ୍ଣାଡୋ ଓ ସାଂସଦ ସନଥ ନିଶାନ୍ତ, ରମେଶ ପଥିରାନା, ମହିପାଳ ହେରାଥ, ଥିସା କୁଟ୍ଟିୟାରାଚୀ ଓ ନିମଲ ଲାଞ୍ଜା ସରକାରୀ କାର୍ଯ୍ୟାଳୟରେ ନିଆଁ ଲଗାଇ ଦେଇଥିଲେ । ଏକ ରିପୋର୍ଟ ଅନୁସାରେ ଶ୍ରୀଲଙ୍କା ପୋଦୁଜାନା ପେରାମୁନାର କିଛି କାର୍ଯ୍ୟାଳୟରେ ନିଆଁ ଲଗାଇ ଦିଆଯାଇଛି । ଏହା ବ୍ୟତୀତ ଭିକେତିୟା ପ୍ରଦେଶୀୟ ସଭାର ସଭାପତିଙ୍କ ନିବାସରେ ୨ ଜଣଙ୍କ ଗୁଳି କରିଦିଆଯିବା ସହ ଅନ୍ୟ ୫ ଜଣ ଆହତ ହୋଇଥିବା ଜଣାପଡିଛି ।