ମୋତେ କିଣିବାକୁ ବଲିଉଡ ଇଣ୍ଡଷ୍ଟ୍ରୀର ଦମ ନାହିଁ: ମହେଶ ବାବୁ

ସାଉଥ ସୁପରଷ୍ଟାର ମହେଶ ବାବୁ ବଲିଉଡକୁ ନେଇ ଏକ ବଡ ବୟାନ ଦେଇ ଚର୍ଚ୍ଚାରେ ଅଛନ୍ତି….

ମୁମ୍ୱାଇ : ସାଉଥ ସୁପରଷ୍ଟାର ମହେଶ ବାବୁ ବଲିଉଡକୁ ନେଇ ଏକ ବଡ ବୟାନ ଦେଇ ଚର୍ଚ୍ଚାରେ ଅଛନ୍ତି । ଏକ ପ୍ରଶ୍ନରେ ବଲିଉଡ ଡେବ୍ୟୁକୁ ନେଇ ପଚାରାଯାଇଥିବା ପ୍ରଶ୍ନର ଉତ୍ତର ରଖିଛନ୍ତି ମହେଶ ବାବୁ । ଗଣମାଧ୍ୟମକୁ ସେ କହିଛନ୍ତି ବଲିଉଡରେ ଡେବ୍ୟୁ କରିବାକୁ ତାଙ୍କର ଇଚ୍ଛା ନାହିଁ । ସେହିପରି ସେ ଆହୁରି ମଧ୍ୟ କହିଛନ୍ତି ଯେ, ମୋତେ କିଣିବାକୁ ବଲିଉଡ ଇଣ୍ଡଷ୍ଟ୍ରୀର ଦମ ନାହିଁ ଯାହା ତାଙ୍କୁ ଅଫୋର୍ଡ କରିପାରବ । ସେହିପରି ସେ ଆହୁରି ମଧ୍ୟ କହିଛନ୍ତି ଯେ ବଲିଉଡର କ୍ୟାରିୟର କରିବା ସମୟ ବର୍ବାଦ କରିବା ସଙ୍ଗେ ସମାନ । ମୁଁ ଏମିତି ଇଣ୍ଡଷ୍ଟ୍ରିରେ କାମ କରିବାକୁ ଚାହେଁନି, ଯିଏ ପାରିଶ୍ରମିକ ଦେବାକୁ ସକ୍ଷମ ନୁହେଁ । ସାଉଥରୁ ମୋତେ ବହୁତ ଭଲପାଇବା ମିଳିଛି । ଏହି କାରଣରୁ ମୁଁ ଏହି ଇଣ୍ଡଷ୍ଟ୍ରିକୁ ଛାଡିବାକୁ ଚାହୁଁନି । ମୁଁ ମୋ ଜୀବନରେ ଯେତିକି ସଫଳତା ହାସଲ କରିବା କଥା କରିସାଲିଲିଣି ।