ଆଇପିଏଲ୍‌-୨୦୨୨ରେ ୨୫% ଦର୍ଶକଙ୍କୁ ଷ୍ଟାଡିୟମରେ ଅନୁମତି ମିଳିପାରେ!

ନୂଆଦିଲ୍ଲୀ: ଆଇପିଏଲ-୨୦୨୨ରେ ଷ୍ଟାଡିୟମରେ ବସି ଖେଳ ଦେଖିବାକୁ ପ୍ରଶଂସକମାନଙ୍କୁ ଅନୁମତି ମିଳିପାରେ । ଆଇପିଏଲ-୨୦୨୨ର ମ୍ୟାଚଗୁଡିକ ମୁମ୍ବାଇରେ ଖେଳାଯିବ । ଦେଶରେ କୋଭିଡ-୧୯ ମାମଲା ହ୍ରାସ ପାଉଥିବା ଦେଖି ଆଇପିଏଲ୍‌-୨୦୨୨ ମ୍ୟାଚରେ ୨୫% ଦର୍ଶକଙ୍କୁ ଷ୍ଟାଡିୟମରେ ଅନୁମତି ମିଳିପାରେ । ଏକ ରିପୋର୍ଟରେ ପ୍ରକାଶିତ ଯେ, ମହାରାଷ୍ଟ୍ର ଓ ପୁଣେରେ କୋଭିଡ ହ୍ରାସ ପାଇବାରେ ଲାଗିବା ସହ ପଜିଟିଭ୍‌ ରୋଗୀଙ୍କ ସଂଖ୍ୟା ଅଧିକ ନାହିଁ । ତେଣୁ ରାଜ୍ୟ ସରକାର ୨୫ ପ୍ରତିଶତ ଦର୍ଶକଙ୍କୁ ଷ୍ଟାଡିୟମକୁ ପ୍ରବେଶ ଲାଗି ଅନୁମତି ଦେଇପାରନ୍ତି ।

ବିସିସିଆଇ ସୂତ୍ରରୁ ପ୍ରକାଶ ଯେ, ଆଇପିଏଲ-୨୦୨୨ ସିଜିନର ମ୍ୟାଚଗୁଡିକର ଆୟୋଜନ ମୁମ୍ବାଇରେ ଓ ପ୍ଲେଅଫ୍‌ ମ୍ୟାଚଗୁଡିକର ଆୟୋଜନ ଅହମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଆୟୋଜନ କରିବାକୁ ଚିନ୍ତା କରୁଛି । ସେହିପରି ଆଇପିଏଲ୍‌-୨୦୨୨ର ମ୍ୟାଚଗୁଡିକ ମାର୍ଚ୍ଚ ୨୭ ତାରିଖରୁ ଖେଳାଯାଇ ପାରେ ବୋଲି ବିସିସିଆଇ ଗ୍ରୀନ ସିଗନାଲ ଦେଇଛି । ତେବେ କେବେ ଆଇପିଏଲ୍‌ ଆରମ୍ଭ ହେବ ଏହାର ଏନେଇ ବିସିସିଆଇ ସ୍ପଷ୍ଟ କରିନାହିଁ ।