ଦେଶରେ ହ୍ରାସ ପାଉଛି କୋଭିଡ ମାମଲା

ନୂଆଦିଲ୍ଲୀ: ଦେଶରେ କୋଭିଡ-୧୯ ସଂକ୍ରମଣ ଦୈନିକ ୩ ଲକ୍ଷ ଉପରେ ରହୁଥିବାବେଳେ ଏବେ ଏହା ହ୍ରାସ ପାଉଛି । ଏବେ ଦୈନିକ କିଛି ଦିନ ହେବ ଦ୍ରୁତ ଗତି ହ୍ରାସ ପାଇବାରେ ଲାଗିଛି । ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ତଥ୍ୟ ଦେଇଛି । ତଥ୍ୟ ଅନୁସାରେ, ଦେଶରେ ୨୪ଘଣ୍ଟାରେ ୨,୦୯,୯୧୮ ନୂଆ ସଂକ୍ରମଣ ଓ ୯୫୯ ମୃତ୍ୟୁ ରେକର୍ଡ କରାଯାଇଛି ।

ସେହିପରି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୪,୧୩,୦୨,୪୪୦ରେ ପହଞ୍ଚିଛି । ଅନ୍ୟପକ୍ଷରେ ୯୫୯ ମୃତ୍ୟୁକୁ ମିଶାଇ ମୋଟ ୪,୯୫,୦୫୦ରେ ପହଞ୍ଚିଛି । ସେହିପରି ଦେଶରେ ଏବେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ହେଉଛି ୧୮,୩୧,୨୬୮ ।