ନାବାଳକ କାର୍‌ ଧକ୍କାରେ ୪ ମହିଳା ମୃତ

ନୂଆଦିଲ୍ଲୀ: ତେଲେଙ୍ଗାନାର କରିମ୍‌ନଗର ଜିଲ୍ଲାରେ ଜଣେ ନାବାଳକ କାର ଧକ୍କାରେ ୪ ମହିଳାଙ୍କ ଘଟଣାସ୍ଥଳରେ ମୃତ୍ୟୁବରଣ ହୋଇଛି । ସୂଚନାଯୋଗ୍ୟ ଯେ, ନାବାଳକ ଦ୍ରୁତ ଗତିରେ ଚଳାଉଥିବା କାର ରାସ୍ତାପାର୍ଶ୍ୱର ଥିବା କୁଡିଆ ଭିତରକୁ ମାଡି ଯିବାରୁ ଘଟଣାସ୍ଥଳରେ ୪ଜଣ ମହିଳାଙ୍କର ମୃତ୍ୟୁ ହୋଇଛି । ଏହି ଘଟଣା ସଂପର୍କରେ ଖବର ପାଇ ପୋଲିସ ୩ଜଣ ନାବାଳକଙ୍କୁ ଅଟକ ରଖିବା ସହ ଜଣଙ୍କର ବାପାଙ୍କୁ ଗିରଫ କରିଥିବା ଜଣାପଡିଛି ।

ଅନ୍ୟପକ୍ଷରେ ଦୁର୍ଘଟଣା ଘଟାଇବା ପରେ ସେହି କାରଟି ଯାଇ ଏକ ନାଳରେ ପଡିଯାଇଥିଲା । ପୁଲିସ କହିଛି ଯେ, ସ୍କୁଲରେ ପଢୁଥିବା ଜଣେ ପିଲା ତାର ସାଙ୍ଗମାନଙ୍କୁ ନେଇ କାର ଚଳାଉଥିବା ବେଳେ ଗାଡି ଉପରୁ ନିୟନ୍ତ୍ରଣ ହରାଇ ଏହି ଦୁର୍ଘଟଣା ଘଟାଇଛି ।