ଆଇଆଇଟି ମାଡ୍ରାସ‌ରେ ବନ୍ଦର, ଜଳପଥ ଏବଂ ତଟ ପାଇଁ ଜାତୀୟ ପ୍ରଯୁକ୍ତିବିଦ୍ୟା କେନ୍ଦ୍ରର ଉଦଘାଟନ

ପିଆଇବି, ଭୁବନେଶ୍ୱର : ଆଇଆଇଟି ମାଡ୍ରାସର ଡିସ୍‌କଭରି କ୍ୟାମ୍ପସ‌ରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ସର୍ବାନନ୍ଦ ସୋନୋୱାଲ ବନ୍ଦର, ଜଳପଥ ଏବଂ ତଟ(ଏନ୍‌ଟିସିବିଡବ୍ଲ୍ୟୁସି) ପାଇଁ ଜାତୀୟ ପ୍ରଯୁକ୍ତିବିଦ୍ୟା କେନ୍ଦ୍ର ଉଦଘାଟନ କରିଛନ୍ତି ।

ଏନଟିସିପିଡବ୍ଲ୍ୟୁସି ମହତ୍ତ୍ୱାକାଂକ୍ଷୀ ସାଗରମାଳା ପ୍ରୋଗ୍ରାମ ଅଧୀନରେ ୭୭ କୋଟି ଟଙ୍କା ବ୍ୟୟରେ ପ୍ରତିଷ୍ଠା ହୋଇଥିଲା । ଏହି ରୋଲ୍ ମଡେଲ ସେଣ୍ଟର ବୈଜ୍ଞାନିକ ସହାୟତା, ଶିକ୍ଷା, ଅନୁସନ୍ଧାନ ଏବଂ ପ୍ରଯୁକ୍ତିବିଦ୍ୟା ସ୍ଥାନାନ୍ତର ଜରିଆରେ ସ୍ଥାନୀୟ, ଆଞ୍ଚଳିକ, ଜାତୀୟ ତଥା ଅନ୍ତର୍ଜାତୀୟ ସ୍ତରରେ ସାମୁଦ୍ରିକ କ୍ଷେତ୍ରରେ ବିଭିନ୍ନ ଆହ୍ୱାନର ସମାଧାନ କରିପାରିବ ।

ପ୍ରଧାନମନ୍ତ୍ରୀ ଉତ୍ତର ଦେଇଛନ୍ତି:

ଆଇଆଇଟି ମାଡ୍ରାସ‌ରେ ଏନଟିସିପିଡବ୍ଲ୍ୟୁସି ଭାରତର ସାମୁଦ୍ରିକ କ୍ଷେତ୍ରର ଅଭିବୃଦ୍ଧିକୁ ମଜଭୁତ କରିବ ।