ଭାରତ-ଅଷ୍ଟ୍ରେଲିଆ ଟି-୨୦ ବିଶ୍ୱକପ ଫାଇନାଲରେ ପହଞ୍ଚିବେ : ପଣ୍ଟିଂ

ଚଳିତ ବର୍ଷ ଅକ୍ଟୋବର-ନଭେମ୍ବରରେ ଆୟୋଜିତ ହେବାକୁ…

ନୂଆଦିଲ୍ଲୀ : ଚଳିତ ବର୍ଷ ଅକ୍ଟୋବର-ନଭେମ୍ବରରେ ଆୟୋଜିତ ହେବାକୁ ଯାଉଛି ଟି-୨୦ ବିଶ୍ୱକପ । ଟୁର୍ଣ୍ଣାମେଣ୍ଟରେ କେଉଁ ଦଳ ଫାଇନାଲକୁ ଯିବ ତାକୁ ନେଇ ଏବେଠୁ କଳ୍ପନା ଜଳ୍ପନା ଆରମ୍ଭ ହୋଇ ଯାଇଛି । ଏହିକ୍ରମରେ ଭାରତ-ଅଷ୍ଟ୍ରେଲିଆର ପୂର୍ବତନ ଅଧିନାୟକ ରିକି ପଣ୍ଟିଂ ଟି-୨୦ ବିଶ୍ୱକପର ବିଜେତା ଦଳକୁ ନେଇ ଭବିଷ୍ୟବାଣୀ କରିଛନ୍ତି । ପଣ୍ଟିଂ ଖୁଲାସା କରିଛନ୍ତି ଟି-୨୦ ବିଶ୍ୱକପ ଫାଇନାଲରେ ଭାରତ-ଅଷ୍ଟ୍ରେଲିଆ ପହଞ୍ଚିବେ । ଏଥିରୁ ଅଷ୍ଟ୍ରେଲିଆ ଦଳ ଚାମ୍ପିଅନ ହେବ । ପଣ୍ଟିଂ କହିଛନ୍ତି ଅଷ୍ଟ୍ରେଲିଆ ନିକଟରେ ଘରୋଇ ଦଳ ହେବାର ଫାଇଦା ମିଳିବ । ହେଲେ ପଣ୍ଟିଂ ନଜରରେ ତୃତୀୟ ଦଳ ହେଉଛି ଇଂଲଣ୍ଡ ।