ଗାୟନା: ବିଜୟ ଧାରାକୁ ଫେରିଲା ଟିମ୍ ଇଣ୍ଡିଆ। ଇଣ୍ଡିଜ୍ ବିପକ୍ଷ ତୃତୀୟ ଟି-ଟ୍ୱେଣ୍ଟିରେ ଭାରତର ରୋମାଞ୍ଚକର ବିଜୟ। କ୍ରମାଗତ ପରାଜୟ ପରେ ତୃତୀୟ ଟ୍ବେଣ୍ଟିରେ ଭାରତ ୭ ୱିକେଟ୍ରେ ୱେଷ୍ଟଇଣ୍ଡିଜ୍କୁ ପରାସ୍ତ କରିଛି। କୁଲଦୀପଙ୍କ ୩ ୱିକେଟ୍ ସଫଳତା ପରେ ସୂର୍ଯ୍ୟକୁମାର ଯାଦବଙ୍କ ଅର୍ଦ୍ଧଶତକ ଏବଂ ତିଳକ ବର୍ମାଙ୍କ ୪୯* ରନ୍ ବଳରେ ଦଳ ସହଜ ବିଜୟ ହାସଲ କରିଛି। ଏଥି ସହିତ ୫ ମ୍ୟାଚ୍ ଶୃଙ୍ଖଳାରେ ଆଗୁଆ ପରାଜୟ ବିପଦକୁ ଟାଳି ଦେଇଛି ହାର୍ଦିକ ପାଣ୍ଡ୍ୟାଙ୍କ ଦଳ। ଘରୋଇ ଦଳ ଏବେ ୨-୧ରେ ଆଗୁଆ ରହିଛି।