ଅନ୍ୟ ଦେଶ ଅପେକ୍ଷା ଭାରତର ସ୍ଥିତି ମଜବୁତ: ବୋର୍ଜ
ସ୍ୱିଜରଲ୍ୟାଣ୍ଡର ଡାଭୋସରେ ୱାର୍ଲ୍ଡ ଇକୋନମିକ ଫୋରମର ବାର୍ଷିକ ବୈଠକ ଆରମ୍ଭ….
ନୂଆଦିଲ୍ଲୀ : ସ୍ୱିଜରଲ୍ୟାଣ୍ଡର ଡାଭୋସରେ ୱାର୍ଲ୍ଡ ଇକୋନମିକ ଫୋରମର ବାର୍ଷିକ ବୈଠକ ଆରମ୍ଭ ହୋଇଛି । କରୋନା ଯୋଗୁଁ ଦୁଇ ବର୍ଷ ପରେ ଏହି ବୈଠକ ଅନୁଷ୍ଠିତ ହେଉଛି । ଏହି ବୈଠକରେ ଭାରତ ସହ ଦୁନିଆର ସବୁ ଦେଶର ନେତା ସାମିଲ ହେବେ । ଫୋରମରେ ୟକ୍ରେନ ସଂକଟ, ଜଳବାୟୁ ପରିବର୍ତ୍ତନ ସହ ଦୁନିଆର ଅନ୍ୟ ବହୁ ପ୍ରସଙ୍ଗ ଉପରେ ଆଲୋଚନା ହେବାର ସମ୍ଭାବନା ରହିଛି । ଏହାରି ଭିତରେ ୱାର୍ଲଡ ଇକୋନମିକ ଫୋରମର ଅଧ୍ୟକ୍ଷ ବୋର୍ଜ ବ୍ରେଣ୍ଡ କହିଛନ୍ତି, ବିଶ୍ୱର ଅନ୍ୟ ଦେଶ ବହୁ ଅସୁବିଧାର ସାମନା କରିବା ଆରମ୍ଭ କରିଥିବା ବେଳେ ଭାରତର ସ୍ଥିତି ମଜବୁତ ରହିଛି । ଏହାସହ ଭାରତ ଅର୍ଥବ୍ୟବସ୍ଥାର ଅଭିବୃଦ୍ଧିକୁ ଆକଳନ କରି ଏହା ୮ ପ୍ରତିଶତ ରହିପାରେ ବୋଲି ସେ କହିଛନ୍ତି ।