ରୋହିତ-ବିରାଟଙ୍କ ସମର୍ଥନରେ ବିସିସିଆଇ

ଭାରତୀୟ ଅଧିନାୟକ ରୋହିତ ଶର୍ମା ଏବଂ ପୂର୍ବ ଅଧିନାୟକ ବିରାଟ କୋହଲି ଏବେ ଫର୍ମରେ ନାହାନ୍ତି । ଏହାକୁ ନେଇ ପ୍ରଶଂସକ…

ମୁମ୍ବାଇ: ଭାରତୀୟ ଅଧିନାୟକ ରୋହିତ ଶର୍ମା ଏବଂ ପୂର୍ବ ଅଧିନାୟକ ବିରାଟ କୋହଲି ଏବେ ଫର୍ମରେ ନାହାନ୍ତି । ଏହାକୁ ନେଇ ପ୍ରଶଂସକ ଚିନ୍ତାରେ ଥିବା ବେଳେ ଉଭୟଙ୍କ ସମର୍ଥନରେ ବାହାରିଛନ୍ତି ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି । ଗାଙ୍ଗୁଲି ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ସେ କହିଛନ୍ତି ସମସ୍ତେ ମଣିଷ । ଭୁଲ ହେବ ହେଲେ ଅଧିନାୟକ ଭାବେ ରୋହିତଙ୍କ ରେକର୍ଡ ଭଲ । ୫ ଥର ଆଇପିଏଲ୍‌ ଟାଇଟଲ, ଏସିଆ କପ୍‌ ବିଜେତା ସେ । ସେ ଯେଉଁଥିରେ ନେତୃତ୍ୱ ନେଇଛନ୍ତି, ତାକୁ ଜିତିଛନ୍ତି । ସେମାନେ ଖୁବଶୀଘ୍ର ଭଲ ଖେଳିବେ ବୋଲି ଆଶା । ଦୁହେଁ ଏତେ ଖେଳୁଛନ୍ତି ଯେ, ଅନେକ ଥର ଫର୍ମରେ ରହୁନାହାନ୍ତି ବୋଲି ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି ପ୍ରକାଶ କରିଛନ୍ତି ।