ୟୁକ୍ରେନ ଯୁଦ୍ଧରେ ଭାରତ ମଧ୍ୟସ୍ଥତା କରୁ: ମସ୍କୋ

ନୂଆଦିଲ୍ଲୀ : ରୁଷ-ୟୁକ୍ରେନ ମଧ୍ୟରେ ଚାଲିଥିବା ଘୋମାଘୋଟ ଯୁଦ୍ଧ ଏକ ମାସରୁ ଅଧିକ ସମୟ ହେଲାଣି ଲାଗିରହିଛି । ଏହି ଯୁଦ୍ଧ ଥମିବାର ନା ମଧ୍ୟ ନେଉନାହିଁ । ରୁଷ ଉପରେ ଆମେରିକା ସମେତ ଅନେକ ପାଶ୍ଚାତ ଦେଶ ମଧ୍ୟ ମସ୍କୋ ଉପରେ ପ୍ରତିବନ୍ଧକ ଲଗାଇବା ପରେ ବି ଏହି ଯୁଦ୍ଧ ଥମିବାର ନା ନେଉନାହିଁ । କିନ୍ତୁ ଏହି ଉଭୟଙ୍କ ଯୁଦ୍ଧ ମଧ୍ୟରେ ଭାରତ ଗସ୍ତ କରିଛନ୍ତି ରୁଷ ବୈଦେଶିକ ମନ୍ତ୍ରୀ ସର୍ଗେଇ ଲାବରୋବ ।

ସୂଚନାଯୋଗ୍ୟ ଯେ ରୁଷ-ୟୁକ୍ରେନ ଯୁଦ୍ଧକୁ ନେଇ ସାରା ବିଶ୍ୱ ଭାରତ ଉପରେ ଚାପ ପକାଉଛି । ଆଉ ଏହି ସମୟରେ ଶୁକ୍ରବାର ଭାରତର ବୈଦେଶିକ ମନ୍ତ୍ରୀ ଏସ ଜୟଙ୍କରଙ୍କୁ ଭେଟିଛନ୍ତି ରୁଷ ବୈଦେଶିକ ମନ୍ତ୍ରୀ ସର୍ଗେଇ ଲାବରୋବ । ଅନ୍ୟପକ୍ଷରେ ଭାରତ ଓ ରୁଷ ଏକ ମଧ୍ୟରେ ଉଚ୍ଚସ୍ତରୀୟ ବୈଠକ ହୋଇଛି । ରୁଷ ବୈଦେଶିକ ମନ୍ତ୍ରୀ ସର୍ଗେଇ ଲାବରୋବ କହିଛନ୍ତି ଯେ, ୟୁକ୍ରେନ ଯୁଦ୍ଧରେ ଭାରତ ମଧ୍ୟସ୍ଥତା କରୁ । କାରଣ ୟୁକ୍ରେନ ଲଢେଇରେ ଆରମ୍ଭରୁ ଭାରତର ନିରପେକ୍ଷ ରହିଛି ରହିଛି । ତେଣୁ ଭାରତ ୟୁକ୍ରେନ ଯୁଦ୍ଧରେ ମଧ୍ୟସ୍ଥତା କରିପାରିବ । ସେହିପରି ସେ ଆହୁରି କହିଛନ୍ତି ଯେ, ରୁଷ ଭାରତ ସହିତ କୌଣସି ପ୍ରକାରର ଯୋଗାଣ ପାଇଁ ପ୍ରତିବଦ୍ଧ ।