ସ୍ୱର୍ଗଦ୍ୱାରରେ ଉଦଘାଟିତ ହେଲା କାଫେଟେରିଆ

ପୁରୀ : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ମାର୍ଗଦର୍ଶନ ଓ ରାଜ୍ୟ ସରକାରଙ୍କ ସହଯୋଗରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଧାମ ପୁରୀରେ ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମ (ଓଟିଡିସି)ର ଶୁଦ୍ଧ ନିରାମିଷ କାଫେଟେରିଆର ଲୋକାର୍ପଣ ହୋଇଛି । ସ୍ୱର୍ଗଦ୍ୱାର ନିକଟରେ ଥିବା ଏହି କାଫେଟେରିଆ ଉଭୟ ବେଳାଭୂମି ପର୍ଯ୍ୟଟକ ଓ ସ୍ୱର୍ଗଦ୍ୱାରକୁ ଆସୁଥିବା ଲୋକମାନଙ୍କ ଜଳପାନ ଆବଶ୍ୟକତାକୁ ପୂରଣ କରିବାରେ ସହାୟକ ହେବ ।

ସୂଚନାଯୋଗ୍ୟ ଯେ, ଅନ୍ତିମ ସଂସ୍କାର କରିବା ପାଇଁ ସ୍ୱର୍ଗଦ୍ୱାର ଆସୁଥିବା ଶବକୁ ସମ୍ମାନ, ସ୍ୱେଚ୍ଛାସେବୀ ମୁତୟନ, ପାନୀୟ ଜଳ, କାଠ ବୋହିବା ପାଇଁ ଗାଡି ଓ ବିଶ୍ରାମ ଗୃହର ବ୍ୟବସ୍ଥା କରାଯିବା ସହ ଶବ ସଂସ୍କାର କରିବାକୁ ଆସୁଥିବା ବ୍ୟକ୍ତି ଓ ପର୍ଯ୍ୟଟକଙ୍କ ପାଇଁ ସେଠାରେ ଏକ କାଫେଟେରିଆ ଲୋକାର୍ପଣ ହୋଇଛି । କାଫେଟେରିଆର ଲୋକାର୍ପଣ କରିଥିଲେ ଓଟିଡିସିର ଅଧ୍ୟକ୍ଷା ଶ୍ରୀମୟୀ ମିଶ୍ର । ଏଥିରେ ଅତିରିକ୍ତ ଜିଲ୍ଲାପାଳ ପ୍ରଦୀପ୍ତ କୁମାର ସାହୁ, ଉପଜିଲ୍ଲାପାଳ ଭବତାରଣ ସାହୁ ପ୍ରମୁଖ ଯୋଗ ଦେଇଥିଲେ ।