ଆଇପିଏଲରେ ବ୍ରାଭୋଙ୍କ ନୂଆ ରେକର୍ଡ

ନୂଆଦିଲ୍ଲୀ : ଆଇପିଏଲ-୨୦୨୨ ଚେନ୍ନାଇ ସୁପର କିଙ୍ଗସର ଅଲରାଉଣ୍ଡର ଡାଏନ ବ୍ରାଭୋ ସର୍ବାଧିକ ୱିକେଟ ହାସଲକାରୀ ହେବା ସହ ଲାସିଥ ମାଲିଙ୍ଗାଙ୍କୁ ମଧ୍ୟ ପଛରେ ପକାଇ ଦେଇଛନ୍ତି । ମାଲିଙ୍ଗା ୧୭୦ ୱିକେଟ ନେଇଥିବା ବେଳେ ବ୍ରାଭୋ ୧୭୧ ୱିକେଟ୍‌ ନେଇ ଏହି ବିରଳ ରେକର୍ଡ କରିଛନ୍ତି । ସୂଚନାଯୋଗ୍ୟ ଯେ, ବ୍ରାଭୋ ବର୍ତ୍ତମାନ ସୁଦ୍ଧା ଆଇପିଏଲରେ ୧୫୩ ମ୍ୟାଚ୍‌ ଖେଳି ୧୭୧ ୱିକେଟ ନେଇଛନ୍ତି ।