ଭାରତ-ନୋର୍ଡିକ ମଧ୍ୟରେ ଶିଖର ସମ୍ମିଳନୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ନୋର୍ଡିକ ଦେଶର ସରକାରଙ୍କ ମୁଖ୍ୟଙ୍କ…

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ନୋର୍ଡିକ ଦେଶର ସରକାରଙ୍କ ମୁଖ୍ୟଙ୍କ ମଧ୍ୟରେ ଡେନମାର୍କର କୋପେନହେଗମର କ୍ରିଶ୍ଚିୟନବର୍ଗ ପ୍ୟାଲେସରେ ଭାରତ-ନୋର୍ଡିକ ଶିଖର ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଭାରତ ଦ୍ୱିତୟଥର ପାଇଁ ଏହି ନୋର୍ଡିକ ଶିଖର ସମ୍ମିଳନୀର ଅଂଶ ପାଲଟିଛି । ବୈଦେଶିକ ମନ୍ତ୍ରଣାଳୟ ମୁତାବକ, ନିବେଶ, ଶକ୍ତି ଓ ଆର୍କଟିକ୍‌ ଅନୁସନ୍ଧାନ ଭଳି କ୍ଷେତ୍ରରେ ନୋର୍ଡିକ କ୍ଷେତ୍ର ସହ ଆମ ସହଯୋଗକୁ ପ୍ରୋତ୍ସାହନ ପ୍ରଦାନ କରିବା ହେଉଛି ଏହି ଶିଖର ସମ୍ମିଳନୀର ଉଦ୍ଦେଶ୍ୟ ।

ଏହା ଭବିଷ୍ୟତରେ ସହଭାଗିତା ପ୍ରଦାନ କରିବ । ସୂଚନାଯୋଗ୍ୟ ଯେ, ସମ୍ମିଳନୀ ଆରମ୍ଭ ହେବା ପୂର୍ବରୁ ଡେନମାର୍କ, ଫିନଲାଣ୍ଡ, ଆଇସଲ୍ୟାଣ୍ଡ, ନୋରୱେ ଓ ସ୍ୱିଡେନ ନେତାଙ୍କ ସହ ମୋଦୀ ନଜର ଆସିଥିଲେ । ଉକ୍ତ ଦେଶର ନେତାଙ୍କ ସହ ମୋଦୀଙ୍କ ଫଟୋ ବୈଦେଶିକ ମନ୍ତ୍ରଣାଳୟ ପ୍ରବକ୍ତା ଅରିନ୍ଦମ ବାଗଚୀ ଟ୍ୱିଟ କରିଛନ୍ତି ।