ଭାରତ-ଡେନମାର୍କ ସହ ବିଭିନ୍ନ ଚୁକ୍ତିନାମା ସ୍ୱାକ୍ଷର

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଡେନମାର୍କ ପ୍ରଧାନମନ୍ତ୍ରୀଙ୍କ ଏକ ଉଚ୍ଚସ୍ତରୀୟ ମଧ୍ୟରେ ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ସମୟରେ ଭାରତ ଓ ଡେନମାର୍କ ମଧ୍ୟରେ ବିଭିନ୍ନ ଚୁକ୍ତିନାମା ସ୍ୱାକ୍ଷର ହୋଇଥିଲା । ଏଥିସହିତ ଅନେକ ବାଣିଜ୍ୟିକ ଚୁକ୍ତି ଉପରେ ମଧ୍ୟ ଉଭୟ ଦେଶ ଦସ୍ତଖତ କରିଥିଲେ । ଅନ୍ୟପକ୍ଷରେ ଉଭୟ ନେତା ରୁଷ-ୟୁକ୍ରେନ ଯୁଦ୍ଧ ଉପରେ ଆଲୋଚନା କରିଥିଲେ । ଡେନମାର୍କ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଆମେ ଦୁଇଟି ଲୋକତନ୍ତ୍ର । ନିକଟତର ସହଯୋଗୀ ରୂପେ ଆମେ ୟୁକ୍ରେନ ସଙ୍କଟ ଉପରେ ଆଲୋଚନା କରିଥିଲୁ । ଆଶା କରୁଛି ଭାରତ ରୁଷ-ୟୁକ୍ରେନ ଯୁଦ୍ଧ ରୋକିବାକୁ ନେଇ ରୁଷ ଉପରେ ଚାପ ପକାଇବ । ଅନ୍ୟପଟେ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ଭାରତ ଓ ଡେନମାର୍କ ସମ୍ବନ୍ଧ ସହ ଆମେ ବୈଷୟିକ ଓ କ୍ଷେତ୍ରୀୟ ପ୍ରସଙ୍ଗ ଉପରେ ଚର୍ଚ୍ଚା କରିଥିଲୁ । ଶାନ୍ତିପୂର୍ଣ୍ଣ ଆଲୋଚନା ମାଧ୍ୟମରେ ରୁଷ-ୟୁକ୍ରେନ ଯୁଦ୍ଧ ରୋକିବା ଉପରେ ମଧ୍ୟ ଗୁରୁତ୍ୱ ଦେଇଥିଲୁ ।