ଖୁବଶୀଘ୍ର ବଲିଉଡକୁ ଏଣ୍ଟ୍ରି କରିବେ ଶେହେନାଜ

ଖୁବଶୀଘ୍ର ବଲିଉଡକୁ ବିଗବସ ୧୩ରେ ନିଜ ପରିଚୟ ସୃଷ୍ଟି କରିଥିବା ଶେହେନାଜ ଗିଲ…

ମୁମ୍ବାଇ: ଖୁବଶୀଘ୍ର ବଲିଉଡକୁ ବିଗବସ ୧୩ରେ ନିଜ ପରିଚୟ ସୃଷ୍ଟି କରିଥିବା ଶେହେନାଜ ଗିଲ ବଲିଉଡରେ ପାଦ ଥାପିବାକୁ ଯାଉଛନ୍ତି । ଶେହେନାଜ ସଲମାନ ଖାନଙ୍କ ଫିଲ୍ମରୁ ବଲିଉଡ କ୍ୟାରିୟର ଆରମ୍ଭ କରିବେ ବୋଲି ସୂଚନା ମିଳିଛି । ଏକ ରିପୋର୍ଟ ମୁତାବକ, ଶେହେନାଜ ଗିଲ ‘କଭି ଇଦ କଭି ଦିୱାଲୀ ଫିଲ୍ମରେ ନଜର ଆସିବେ । ଏହି ଫିଲ୍ମରେ ସଲମାନ ଖାନ୍‌ ଓ ପୂଜା ହେଗଡେ ମୁଖ୍ୟ ଭୂମିକାରେ ଅଭିନୟ କରିବେ । କିନ୍ତୁ ବର୍ତ୍ତମାନ ସୁଦ୍ଧା ଶେହେନାଜଙ୍କ ଭୂମିକା ଓ ବଲିଉଡ ଡେବ୍ୟୁକୁ ନେଇ ଅଫିସିଆଲ ଭାବେ ଘୋଷଣା କରାଯାଇ ନାହିଁ ।

ସୂଚନାଯୋଗ୍ୟ ଯେ, ନିକଟରେ ଶେହନାଜ ଓ ସଲମାନଙ୍କ ଏକ ଭିଡିଓ ସେୟାର କରାଯାଇଛି । ଯାହା ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି । ସଲମାନ ଖାନଙ୍କ ଇଦ୍‌ ପାର୍ଟିରେ ଶେହନାଜ ସାମିଲ ହୋଇଥିଲେ । ଏହା ଭିତରେ ସଲମାନ ଓ ଶେହନାଜଙ୍କ ଏକ ଭିଡିଓ ସାମ୍ନାକୁ ଆସିଛି । ଯେଉଁଥିରେ ଶେହନାଜ୍‌ ସଲମାନଙ୍କୁ ଆଲିଙ୍ଗନ କରୁଥିବାର ଦେଖିବାକୁ ମିଳିଥିଲା । ସେିହପରି ପାର୍ଟି ସାରି ଶେହନାଜ ସଲମାନଙ୍କ ହାତ ଧରି ତାଙ୍କ କାରକୁ ପାଖକୁ ଆସୁଛନ୍ତି ।