ନୂଆଦିଲ୍ଲୀ : ଭାରତ-ଶ୍ରୀଲଙ୍କା ବିପକ୍ଷ ଘରୋଇ ସିରିଜ୍ ପାଇଁ ଜାରି ହୋଇଛି କ୍ରୀଡା ସୂଚୀ । ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ଶ୍ରୀଲଙ୍କା ବିପକ୍ଷ ୩ ମ୍ୟାଚ ବିଶିଷ୍ଟ ସିରିଜ ପାଇଁ କ୍ରୀଡା ସୂଚୀ ଜାରି କରିଛି । ଉତ୍ତରପ୍ରଦେଶର ଲକ୍ଷେ୍ନø ଷ୍ଟାଡିୟମରେ ଟି-୨୦ ସିରିଜର ପ୍ରଥମ ମ୍ୟାଚ ଆୟୋଜନ ହେବ । ସେହିପରି ଟି-୨୦ ସିରିଜ୍ ପରେ ଶ୍ରୀଲଙ୍କା ବିପକ୍ଷରେ ଦୁଇଟି ଟେଷ୍ଟ ମ୍ୟାଚ୍ ଖେଳିବ ଭାରତ ।
ଅନ୍ୟପକ୍ଷରେ ଦ୍ୱିତୀୟ ଓ ତୃତୀୟ ତଥା ଶେଷ ଟି-୨୦ ମ୍ୟାଚ ଧର୍ମଶାଳାରେ ଖେଳାଯିବ । ସେହିପରି ମାର୍ଚ୍ଚ ୪ରୁ ପ୍ରଥମ ଟେଷ୍ଟ ମୋହାଲୀରେ ଓ ଦ୍ୱିତୀୟ ଟେଷ୍ଟ ମ୍ୟାଚ ମାର୍ଚ୍ଚ ୧୨ ବେଙ୍ଗାଲୁରୁରେ ଆୟୋଜନ ହେବା ନେଇ ବିସିସିଆଇ ସୂଚନା ଦେଇଛି ।