ହଟିଲା ଅନ୍ତର୍ଜାତୀୟ ବିମାନ ଉଡ଼ାଣ ପ୍ରତିବନ୍ଧକ

କୋଲକାତା : ପଶ୍ଚିମବଙ୍ଗ ସରକାର କୋଭିଡ-୧୯ ଭାଇରସ ଦ୍ରୁତ ଗତିରେ ହ୍ରାସ ପାଉଥିବା ଦେଖି ଅନ୍ତର୍ଜାତୀୟ ବିମାନ ଉଡ଼ାଣ ଉପରେ ଲଗାଇଥିବା ପ୍ରତିବନ୍ଧକକୁ ହଟାଇ ଦେଇଛନ୍ତି । ଅନ୍ୟପକ୍ଷରେ ଅନ୍ତର୍ଜାତୀୟ ସ୍ତରରେ ବିମାନ ଯାତ୍ରା କରୁଥିବା ଯାତ୍ରୀମାନେ ଉଭୟ ଡୋଜ ଟିକା ନେଇଥିବା ପ୍ରମାଣପତ୍ର କିମ୍ବା କୋଭିଡ-୧୯ର ଆରଟିପିସିଆର ଟେଷ୍ଟ ରିପୋର୍ଟ ଦେଖାଇବା ବାଧ୍ୟତାମୂଳକ କରାଯାଇଛି ।

ସେହିପରି ପଶ୍ଚିମବଙ୍ଗକୁ ଦେଶର ବିଭିନ୍ନ ସ୍ଥାନରୁ ଆସୁଥିବା ବିମାନ ଉଡ଼ାଣ ଉପରେ ଥିବା ପ୍ରତିବନ୍ଧକ ଉପରେ ସମୀକ୍ଷା କରାଯାଇ ଦେଶର କୋଣ ଅନୁକୋଣରୁ ଆସୁଥିବା ଘରୋଇ ବିମାନ ଉଡ଼ାଣ ଉପରେ ପ୍ରତିବନ୍ଧକ ହଟାଯାଇଛି ।