କ୍ରୁଜ ମିସାଇଲର ସଫଳ ପରୀକ୍ଷଣ କଲା ଭାରତ

ନୂଆଦିଲ୍ଲୀ: ଭାରତ ଗୁରୁବାର ଆଣ୍ଡାମାନ ଓ ନିକୋବରରେ ବ୍ରହ୍ମୋସର ସୁପରସୋନିକ କ୍ରୁଜ ମିସାଇଲର ସଫଳ ପରୀକ୍ଷଣ କରିଛି । ଉକ୍ତ ମିସାଇଲ ସଠିକତା ସହ ଲକ୍ଷ୍ୟ ଭେଦ କରିବାରେ ସଫଳ ହୋଇଛି । ମିସାଇଲ ପରିଚାଳନା ପ୍ରସ୍ତୁତିର ସମୀକ୍ଷା କରିବା ପାଇଁ ଏୟାର ଚିଫ ମାର୍ଶଲ ବୀଆର ଚୌଧୁରୀ ଆଣ୍ଡାମାନ ଓ ନିକୋବର ଦ୍ୱୀପ କ୍ଷେତ୍ରରେ ଉପସ୍ଥିତ ରହିଛନ୍ତି ।