ରପ୍ତାନୀରେ ରେକର୍ଡ କଲା ଭାରତ

ନୂଆଦିଲ୍ଲୀ : ପ୍ରଥମ ଥର ପାଇଁ ରପ୍ତାନୀରେ ସର୍ବାକାଳୀନ ରେକର୍ଡ କଲା ଭାରତ । ରପ୍ତାନୀରେ ଭାରତ ୪୦୦ ବିଲିୟନ ଡଲାରର ରପ୍ତାନୀ କରି ନୂଆ ରେକର୍ଡର ଅଧିକାରୀ ହୋଇଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି । ଭାରତ ପ୍ରଥମ ଥର ପାଇଁ ଏହି ସଫଳତା ହାସଲ କରିଥିବା ବେଳେ ପ୍ରଧାନମନ୍ତ୍ରୀ ମୋଦି କୃଷକ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ, ଉତ୍ପାଦନକାରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଏହି ସଫଳତା ଆତ୍ମନିର୍ଭର ଭାରତ ଯାତ୍ରାର ଏକ ଅଂଶବିଶେଷ ବୋଲି କହିବା ସହ ଏହି ସଫଳତାକୁ ଲୋକାଲ ଗୋଜ ଗ୍ଲୋବାଲ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ । ବର୍ଷ ୨୦୨୧ରେ ଭାରତର ଦ୍ରବ୍ୟ ରପ୍ତାନୀର ରେକର୍ଡ ଥିଲା ୨୯୮.୧ ବିଲିୟନ ଡଲାର । ଗତବର୍ଷ ମାନଙ୍କ ତୁଳନାରେ ଭାରତର ଚଳିତବର୍ଷର ପ୍ରଦର୍ଶନ ବେଶ ଭଲ ରହିବା ସହ ସର୍ବକାଳୀନ ରେକର୍ଡ ମଧ୍ୟ ଅତିକ୍ରମ କରିଛି ।