ଟେନିସ ଛାଡିଲେ ୧ନଂ ଟେନିସ ଖେଳାଳି

ନୂଆଦିଲ୍ଲୀ : ବିଶ୍ୱର ଏକ ନମ୍ବର ଟେନିସ ଖେଳାଳି ଆଶ୍ଲିଗ ବାର୍ଟି ୨୫ ବର୍ଷ ବୟସରେ ଟେନିସରୁ ଅବସର ନେବାକୁ ନିଷ୍ପତ୍ତି ନେଇଛନ୍ତି । ଏତେ କମ ବୟସରେ ବାର୍ଟିଙ୍କ ଅବସର ଘୋଷଣା କରି ଟେନିସ ଜଗତକୁ ସ୍ତବ୍ଧ କରିଦେଇଛନ୍ତି । ସେ ସୋସିଆଲ ମିଡିଆରେ ଏକ ଭିଡିଓରେ ଏନେଇ ସେ ଘୋଷଣା କରିଛନ୍ତି । ସେ କହିଛନ୍ତି ଯେ ମୁଁ ଟେନିସରୁ ଅବସର ଘୋଷଣା କରିବା ମୋ ପାଇଁ କଷ୍ଟସାଧ୍ୟ । ଅନ୍ୟପକ୍ଷରେ ତାଙ୍କ ଘନିଷ୍ଠ ବନ୍ଧୁ ତଥା ପୂର୍ବତନ ଡବଲ୍ସ ପାର୍ଟନର କେସି ଡେଲାକ୍କାଙ୍କ ସହ ଅଶ୍ରୁଳ ଭିଡିଓ ବାର୍ତ୍ତାରେ ବାର୍ଟି କହିଛନ୍ତି ଯେ ଏହି ଖେଳ ମୋତେ ଦେଇଥିବା ସବୁ କିଛି ପାଇଁ ସେ କୃତଜ୍ଞ । ବାର୍ଟି କହିଛନ୍ତି ମୁଁ ଏହା କିପରି କରିବି ତାହା ନିଶ୍ଚିତ ନୁହେଁ । ଏହା କହିବା କଷ୍ଟକର ମୁଁ ବହୁତ ଖୁସି ଏବଂ ମୁଁ ପ୍ରସ୍ତୁତ ଅଛି । ମୁଁ ବର୍ତ୍ତମାନ ମୋ ହୃଦୟରୁ ଜାଣେ ଯେ ଜଣେ ବ୍ୟକ୍ତି ଭାବରେ ଏହା ଠିକ ନିଷ୍ପତ୍ତି ଅଟେ । ସେ ଜଣେ ପେସାଦାର ଆଥଲେଟ ତାଙ୍କ ଖେଳରେ ଶୀର୍ଷରେ ଥିବାବେଳେ ସେଥିରୁ ଦୂରେଇ ଯିବା ଅତ୍ୟନ୍ତ ବିରଳ । ସେ ତିନୋଟି ଗ୍ରାଣ୍ଡସ୍ଲାମ ଟାଇଟଲ ଜିତିଛନ୍ତି ।