ପାକିସ୍ତାନକୁ ଧୋଇଲା ଭାରତ

ଢାକା: ବାଂଲାଦେଶରେ ଅନୁଷ୍ଠିତ ଏସିଆନ ଚାମ୍ପିୟନ୍ସ ଟ୍ରଫି ହକିରେ ପାକିସ୍ତାନକୁ ଧୋଇଛି ଭାରତ । ପାକିସ୍ତାନକୁ ୩-୧ ଗୋଲରେ ମାତ ଦେଇଛି ଭାରତୀୟ ହକି ଦଳ । ଭାରତ ପକ୍ଷରୁ ହରମନପ୍ରୀତ ସିଂହ ୨ଟି ଗୋଲ ସ୍କୋର କରିଛନ୍ତି । ଆକାଶଦୀପ ସିଂହ ମଧ୍ୟ ଗୋଟିଏ ଗୋଲ ଦେଇଛନ୍ତି । ତୃତୀୟ କ୍ୱାର୍ଟରରେ ପାକିସ୍ତାନ ପକ୍ଷରୁ ଏକ ମାତ୍ର ଗୋଲ କରିବାକୁ ସକ୍ଷମ ହୋଇଛନ୍ତି । ଟୋକିଓ ଅଲିମ୍ପିକ୍ସରେ ଭାରତ ପୂର୍ବ ମ୍ୟାଚରେ ବାଂଲାଦେଶକୁ ୯-୦ ଗୋଲରେ ହରାଇଥିଲା । ଦୀଲପ୍ରୀତ ସିଂହ ହ୍ୟାଟ୍ରିକ ଗୋଲ ସ୍କୋର କରିଥିଲେ ।