ଓମକ୍ରିନକୁ ନେଇ ଚେତାବନୀ ଦେଲେ ଆମେରିକା ରାଷ୍ଟ୍ରପତି

ୱାଶିଂଟନ : ସାରା ଦେଶରେ ବୃଦ୍ଧି ପାଉଥିବା ଦକ୍ଷିଣ ଆଫ୍ରିକାରେ ଚିହ୍ନଟ ହୋଇଥିବା କରୋନାର ନୂଆ ଭାରିଆଣ୍ଟ ଓମିକ୍ରନ୍‌ ଚିନ୍ତାରେ ପକାଇଛି । ଏହି ସମୟରେ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ଚେତାବନୀ ଦେଇଛନ୍ତି ଯେ ଓମିକ୍ରନ୍‌ ଭାରିଆଣ୍ଟ ଆମେରିକାରେ ଖୁବଶୀଘ୍ର ବ୍ୟାପିବ । ଏଥିପାଇଁ ସେ ଆମେରିକା ବାସୀଙ୍କୁ ଟିକା ନେବାକୁ ନିବେଦନ କରିଛନ୍ତି । ସେ କହିଛନ୍ତି ଯେ ଯେଉଁମାନେ ଟିକା ନେଇନାହାଁନ୍ତି ସେମାନଙ୍କୁ ଭୟଙ୍କର ପରିଣାମ ଭୋଗିବାକୁ ପଡିବ ।

ସୂଚନା ଥାଉକି ଡିସେମ୍ବର ୧ ସୁଦ୍ଧା, ଦୈନିକ ସଂକ୍ରମଣର ହାରାହାରି ୮୬,୦୦୦ ଥିଲା । କିନ୍ତୁ ଏବେ ଏହା ୧,୧୭,୦୦୦କୁ ବୃଦ୍ଧି ପାଇଲାଣି । ଏହି ସଂକ୍ରମଣକୁ ରୋକିବା ପାଇଁ ଟିକାକରଣ ଉପରେ ଆମେରିକା ରାଷ୍ଟ୍ରପତି ଜୋର ଦେଇଛନ୍ତି । କରୋନାର ଏହି ନୂତନ ପ୍ରକାର ଅନେକ ଦେଶରେ ବ୍ୟାପିଛି ।