ଶୀତରେ ଥରିବ ଓଡିଶା!

ଭୁବନେଶ୍ୱର : ରାଜ୍ୟରେ ବଢି ଚାଲିଛି ଶୀତର ପ୍ରକୋପ । ଏହା ୧୯ରୁ ୨୫ଯାଏଁ ଶୀତରେ ଥରିବେ ଓଡିଶାବାସୀ । ଉତ୍ତର-ଉତ୍ତର ପଶ୍ଚିମ ଦିଗରୁ ଶୁଷ୍କ ଓ ଥଣ୍ଡା ବାୟୁ ତଳ ଭାଗରେ ପ୍ରବାହିତ ହେଉଥିବାରୁ ଏହା ଅଧିକ ଥଣ୍ଡା ଅନୁଭୂତ ହେବ । ବର୍ତ୍ତମାନ ୬.୫ ଡ଼ିଗ୍ରୀ ରାତ୍ରି-ତାପମାତ୍ରା ସହ ଦାରିଙ୍ଗବାଡି ଓଡ଼ିଶାର ଥଣ୍ଡା ସହର ରହିଛ । ୮ ସ୍ଥାନରେ ରାତ୍ରି ତାପମାତ୍ରା ୧୧ ଡ଼ିଗ୍ରୀ ତଳେ ରହିଛି ।

ଫୁଲବାଣୀ ୭.୫, କୋରାପୁଟ ୯, ଟିଟଲାଗଡ ୯.୩, ଝାରସୁଗୁଡା ୯.୬, କେନ୍ଦୁଝର ୯.୬, ସୁନ୍ଦରଗଡ ୧୦, ଭବାନୀପାଟଣାଠାରେ ୧୦ ଡ଼ିଗ୍ରୀ ରାତ୍ରି ତାପମାତ୍ରା ରେକର୍ଡ ହୋଇଥବା ସୂଚନା ଦେଇଛି ଆଞ୍ଚଳିକ ପାଣିପାଗ ବିଭାଗ । ସେହିପରି ୧୯ରେ ଦକ୍ଷିଣ ଆଣ୍ଡାମାନ ସାଗରରେ ଏକ ଲଘୁଚାପ ଉତ୍ତର ପୂର୍ବ ଆଡକୁ ଗତି କରି ଥାଇଲାଣ୍ଡ ମୁହାଁ ହେବ । ଏହା ଦ୍ୱାରା ମଧ୍ୟ ଶୀତ ଜନିତ ସାମାନ୍ୟ ପ୍ରଭାବ ରହିବ ବୋଲି ଆକଳନ କରିଛନ୍ତି ପାଣିପାଗ ବିଶେଷଜ୍ଞ ।