ମିସ୍‌ ୱାର୍ଲ୍ଡ ୨୦୨୧ରେ ଉପରେ କରୋନା ପ୍ରଭାବ

ନୂଆଦିଲ୍ଲୀ : ସାରା ବିଶ୍ୱରେ ଏବେ ଭୟ ବଢାଇଛି କୋଭିଡର ନୂଆ ଭାରିଆଣ୍ଟ ଓମକ୍ରିନ ସଂକ୍ରମଣ । ଅନେକ ଦେଶରେ ସଂକ୍ରମଣ ମାମଲା ବୃଦ୍ଧି ପାଉଛି । ବର୍ତ୍ତମାନ ଏହାର ପ୍ରକୋପ ମିସ୍‌ ୱାର୍ଲ୍ଡ ୨୦୨୧ରେ ଉପରେ ପଡିଛି । ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିବା ଅନେକ ପ୍ରତିଯୋଗୀ ଓ କର୍ମଚାରୀମାନେ କରୋନାରେ ସଂକ୍ରମଣ ହୋଇଥିବା ଜଣାପଡିଛି । ଯାହା ଫଳରେ ଅଧାରୁ ଅଧିକ ଟେଷ୍ଟ କରିବାରେ ରିପୋର୍ଟ ପଜିଟିଭ୍‌ ଆସିଛି । ସେଥିମଧ୍ୟରୁ ଭାରତର ମନସା ବାରାଣାସୀ ମଧ୍ୟ ସାମିଲ୍‌ ଅଛନ୍ତି । ଯାହା ପରେ ମିସ୍‌ ୱାର୍ଲ୍ଡ ପ୍ରତିଯୋଗିତା ବର୍ତ୍ତମାନ ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଛି ।

ମିସ୍‌ ୱାର୍ଲ୍ଡ ବ୍ୟୁଟି ପିଜେଣ୍ଟ ଅଫିସିଆଲ୍‌ ସୋସିଆଲ୍‌ ମିଡିଆ ପେଜରୁ ସୂଚନା ଦିଆଯାଇଥିଲା ଯେ ସୁରକ୍ଷାକୁ ଦୃଷ୍ଟିରେ ରଖି ଇଭେଣ୍ଟକୁ ସ୍ଥଗିତ ରଖାଯାଇଛି । ମିସ୍‌ ୱାର୍ଲ୍ଡ ୨୦୨୧ କାର୍ଯ୍ୟକ୍ରମରେ ଉପସ୍ଥିତ ଥିବା ଡାକ୍ତରୀ ବିଶେଷଜ୍ଞ ଓ ସ୍ୱାସ୍ଥ୍ୟ ବିଭାଗ ଏହି ନିଷ୍ପତ୍ତି ନେଇଛି । ବର୍ତ୍ତମାନ ସମସ୍ତ ସଂକ୍ରମିତ ପ୍ରତିଯୋଗୀ ଏବଂ କର୍ମଚାରୀମାନେ ଏହାର ତଦାରଖ କରୁଛନ୍ତି । ତେଲେଙ୍ଗାନାରୁ ଆସିଥିବା ମାନସାଙ୍କୁ ମିସ୍‌ ଇଣ୍ଡିଆ ୨୦୨୦ ଚୟନ କରାଯାଇଥିଲା । ଏହା ସହ ସେ ମିସ୍‌ ରାମ୍ପ ୱାକର ଟାଇଟଲ୍‌ ମଧ୍ୟ ପାଇଥିଲେ ।