ନୂଆଦିଲ୍ଲୀ : ରୁଷ-ୟୁକ୍ରେନ ମଧ୍ୟରେ ଚାଲିଥିବା ଘୋମାଘୋଟ ଲଢେଇ ଥମିବାର ନା ଧରୁନାହିଁ । ରୁଷର ମିସାଇଲ ମାଡରେ ୟୁକ୍ରେନର ଅନେକ ବଡ ବଡ ସହର ଛାରଖାର ହେବା ସହ ଅନେକଙ୍କ ଜନସାଧାରଣଙ୍କ ଜୀବନ ଗଲାଣି । ଏହାରି ମଧ୍ୟରେ ଭାରତ ରୁଷଠାରୁ ଅଶୋଧିତ ତୈଳ କିଣିବାକୁ ଚୂଡାନ୍ତ ଡିଲ ଫାଇନାଲ କରିଛି । ଅନ୍ୟପକ୍ଷରେ ଆମେରିକାର ବିରୋଧ ସେତ୍ତ୍ୱ ରୁଷରୁ ଅଶୋଧିତ ତୈଳ କିଣିବା ପାଇଁ ଭାରତ ଏକ ଚୁକ୍ତିନାମା ଚୂଡ଼ାନ୍ତ କରିଥିବାର ସୂଚନା ମିଳିଛି । ସୂଚନାଯୋଗ୍ୟ ଯେ, ଲଗାତର ୨୨ଦିନ ହେବ ରୁଷ ୟୁକ୍ରେନ ଉପରେ ଘନ ଘନ ମିସାଇଲ ମାଡ କରୁଛି । ଏହାର ପ୍ରଭାବରେ ସୁନା ଏବଂ ଅଶୋଧିତ ତେଲର ମୂଲ୍ୟ ବୃଦ୍ଧି ପାଇବାରେ ଲାଗିଛି । ସେହିପରି ୟୁକ୍ରେନ ଉପରେ ହୋଇଥିବା ଆକ୍ରମଣରେ ଆମେରିକା ରୁଷରୁ ଅଶୋଧିତ ତୈଳ ଆମଦାନୀ ଉପରେ ପ୍ରତିବନ୍ଧକ ଲଗାଇବା ସହ ଆମେରିକା ଏବଂ ୟୁରୋପୀୟ ଦେଶ ଏହାକୁ କିଣିବାକୁ ମନା କରିଦେଇଥିବାରୁ ରୁଷ ଶସ୍ତା ମୂଲ୍ୟରେ ଅଶୋଧିତ ତୈଳଳ ବିକ୍ରି କରିବାକୁ ଆଗେଇ ଆସିଛି । ସୂଚନା ମୁତାବକ ଇଣ୍ଡିଆନ ଅଏଲ ୩୦ ଲକ୍ଷ ବ୍ୟାରେଲ ଅଶୋଧିତ ତେଲ କିଣିଛି ।
ଅନ୍ୟପକ୍ଷରେ ଆମେରିକା ଏହି ପ୍ରସଙ୍ଗରେ ମନ୍ତବ୍ୟ ଦେଇ କହିଛି ଯେ ଭାରତ ତୈଳ କିଣିବା ଉପରେ ଆମେରିକାର ପ୍ରତିବନ୍ଧକ ଉଲ୍ଲଂଘନ ହେବ ନାହିଁ କିନ୍ତୁ ଏହା ରୁଷର ଆକ୍ରମଣକୁ ସମର୍ଥନ କରିବ । ସେହିପରି ଏହାର ଜବାବରେ ଭାରତ କହିଛି ଯେ ଆନୁଷ୍ଠାନିକ ଶକ୍ତି କାରବାରକୁ ରାଜନୀତିକରଣ କରାଯିବା ଉଚିତ ନୁହେଁ । ଆମେରିକାର ବିରୋଧ ସତ୍ତେ୍ୱ କମ ମୂଲ୍ୟରେ ଅଶୋଧିତ ତୈଳ କିଣିବା ପାଇଁ ରୁଷ ସହିତ ଭାରତ ଏକ ଚୁକ୍ତିନାମା ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ôଚଛି ।