ଭାରତ କାରବାର କରିବନି ଟେସଲା

ଏବେ ସବୁଆଡେ ଗୋଟିଏ ଚର୍ଚ୍ଚା ଭାରତରେ କେବେ ବିଜନେସ ଆରମ୍ଭ କରିବେ….

ନୂଆଦିଲ୍ଲୀ: ଏବେ ସବୁଆଡେ ଗୋଟିଏ ଚର୍ଚ୍ଚା ଭାରତରେ କେବେ ବିଜନେସ ଆରମ୍ଭ କରିବେ ଏଲନ ମସ୍କ । ଏଥିରେ ମସ୍କ ଯାହା କହିଛନ୍ତି ଏଥିରୁ ଭାରତରେ ତାଙ୍କ କାରବାରର ଭବିଷ୍ୟତ ବେଶ ସ୍ପଷ୍ଟ ହୋଇଯାଇଛି । ଏଲନ ମସ୍କ ତାଙ୍କ ସ୍ପେସ-ଏକ୍ସ, ଷ୍ଟାର ଲିଂକ ଓ ଟେସଲା କାର ଲାଗି ସାରା ବିଶ୍ୱରେ ପ୍ରଶିଦ୍ଧ । ହେଲେ ଭାରତରେ ତାଙ୍କର ଏଥିରୁ କେଉଁ ଗୋଟିଏ ବି ଏ ଯାଏଁ ଚାଲିପାରୁନ । ତେବେ ଭାରତରେ କେବେ ଉପଲବ୍ଧ ହେବ ବୋଲି କରିଥିବା ପ୍ରଶ୍ନରେ ମସ୍କ ଏବେବି ତାଙ୍କ ସଂସ୍ଥା ସେଠାକାର ସରକାରଙ୍କ ମଞ୍ଜୁରୀକୁ ଅପେକ୍ଷା କରିଥିବା ଉଲ୍ଲେଖ କରିଥିଲେ ।