ପାକିସ୍ତାନରେ ଲଜ୍ଜ୍ୟା : ଚଳନ୍ତା ଟ୍ରେନରେ ମହିଳାଙ୍କୁ ଗଣଦୁଷ୍କର୍ମ

ପାକିସ୍ତାନର ଏକ ଲୋମହର୍ଷଣକାରୀ ଅଘଟଣ ଘଟିଛି । ଚଳନ୍ତା ଟ୍ରେନ ଭିତରେ ଜଣେ ମହିଳାଙ୍କୁ ଗଣ ଦୁଷ୍କର୍ମ….

ନୂଆଦିଲ୍ଲୀ : ପାକିସ୍ତାନର ଏକ ଲୋମହର୍ଷଣକାରୀ ଅଘଟଣ ଘଟିଛି । ଚଳନ୍ତା ଟ୍ରେନ ଭିତରେ ଜଣେ ମହିଳାଙ୍କୁ ଗଣ ଦୁଷ୍କର୍ମ କରିଛନ୍ତି ୩ ଜଣ ରେଳ କର୍ମଚାରୀ । ଟ୍ରେନଟି ମୁଲତାନରୁ କରାଚି ଯାଉଥିବା ବେଳେ ଏହି ଘଟଣା ଘଟିଛି । ମେ’ ୨୭ରେ ମହିଳା ଜଣଙ୍କ ବାହାଉଦ୍ଦିନ ଜକାରିଆ ଏକ୍ସପ୍ରେସରେ ଯାତ୍ରା କରୁଥିଲେ । ଏହି ସମୟରେ ତାଙ୍କୁ ୩ ଜଣ ରେଳ କର୍ମଚାରୀ ଦୁଷ୍କର୍ମ କରିଥିଲେ । ଏନେଇ ପୀଡ଼ିତା ଜଣଙ୍କ ପୁଲିରେ ଅଭିଯୋଗ କରିଛନ୍ତି । ପୁଲିସ କହିଛି ଯେ ପାକିସ୍ତାନ ପେନାଲ କୋଡ ୩୭୭ ଓ ୩୪ ଅନୁଯାୟୀ ଏଫଆଇଆର ରୁଜୁ ହୋଇଛି । ସୂଚନାଯୋଗ୍ୟ ଯେ ମହିଳା ଜଣଙ୍କ ଇକୋନୋମି ବର୍ଗରେ ଯାତ୍ରା କରୁଥିଲେ ।

ଏହି ସମୟରେ ଟିକେଟ କଲେକ୍ଟର ତାଙ୍କ ପାଖକୁ ଆସି ଟ୍ରେନର ଥିବା ଏସି କମ୍ପାର୍ଟମେଣ୍ଟରେ ସିଟ ଅଫର କରିଥିଲେ । ଏଥିରେ ମହିଳା ଜଣଙ୍କ ରାଜି ମଧ୍ୟ ହୋଇ ଯାଇଥିଲେ । ଏହାପରେ ସେ ତାଙ୍କୁ ସାଥୀରେ ଧରି କମ୍ପାର୍ଟମେଣ୍ଟ ଭିତରକୁ ଯାଇଥିଲେ । ସେଠାରେ ପୂର୍ବରୁ ଆଉ ୨ ଜଣ ରେଳ କର୍ମଚାରୀ ରହିଥିଲେ । ୩ ଜଣ ମହିଳାଙ୍କୁ ଦୁଷ୍କର୍ମ କରିବାରେ ଲାଗିଥିଲେ । ମହିଳା ଜଣଙ୍କ ପ୍ରତିବାଦ କରିବାରୁ ସେମାନେ ତାଙ୍କୁ ଧମକ ଚମକ ମଧ୍ୟ ଦେଇଥିଲେ । ଘଟଣା ପରେ ମହିଳା ଜଣଙ୍କ ପ୍ରଥମେ ଏ ସମ୍ପର୍କରେ ରେଳବାଇ ପୁଲିସକୁ ଜଣାଇଥିଲେ । ରେଳବାଇ ପୁଲିସ୍‌ ମାମଲା ରୁଜୁ କରିବା ସହ ତଦନ୍ତ ଆରମ୍ଭ କରି ୩ ଅଭିଯୁକ୍ତଙ୍କୁ ଗିରଫ କରିଥିବା ଜଣାପଡିଛି ।