ଟୋକିଓ: ଆଜି ଟୋକିଓ ପାରାଲିମ୍ପିକ୍ସ୍ରେ ଆୟୋଜିତ ୫୦ ମିଟର୍ ପିସ୍ତଲ୍ ଚାଳନା ପ୍ରତିଯୋଗିତାରେ ଭାରତ ଆଉ ଦୁଇଟି ପଦକ ଜିଣିବା ସହ ଏହି କ୍ରୀଡ଼ାରେ ଏଯାବତ୍ ଭାରତର ସମୁଦାୟ ପଦକ ସଂଖ୍ୟା ୧୫ରେ ପହଞ୍ଚିଛି। ଆଜି ‘ପି୪ ମିକ୍ସ୍ଡ୍’ ୫୦ ମିଟର୍ ପିସ୍ତଲ ଚାଳନା ପ୍ରତିଯୋଗିତା ‘ଏସ୍ଏଚ୍୧’ରେ ଭାରତର ମନୀଷ ନରୱାଲ୍ ୨୧୮.୨ ପଏଣ୍ଟ ସ୍କୋର୍ କରି ରେକର୍ଡ କରିବା ସହ ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି। ସେହିପରି, ଉପରୋକ୍ତ ପ୍ରତିଯୋଗିତାରେ ୨୧୬.୭ ପଏଣ୍ଟ ସ୍କୋର୍ କରିଥିବା ଅନ୍ୟତମ ଭାରତୀୟ ପିସ୍ତଲ ଚାଳକ ସିଂହରାଜ ଅଧାନା ମଧ୍ୟ ରୌପ୍ୟ ପଦକ ହାସଲ କରିଛନ୍ତି।