T-20 ସିରିଜ୍ ଜିତିଲା ଭାରତ

ଡବ୍‌ଲିନ୍‌: ଆୟର୍ଲାଣ୍ଡ୍‌ ବିପକ୍ଷ ଦ୍ବିତୀୟ ଟ୍ବେଣ୍ଟି-୨୦ରେ ଭାରତ ୩୩ ରନ୍‌ରେ ବିଜୟୀ ହୋଇଛି। ଫଳରେ କ୍ରମାଗତ ୨ୟ ମ୍ୟାଚ୍‌ ଜିତି ଭାରତ ୨-୦ରେ ଆଗୁଆ ରହି ୩ ମ୍ୟାଚ୍‌ର ଟି-୨୦ ଶୃଙ୍ଖଳା ହାତେଇ ନେଇଛି । ଋତୁରାଜ ଗାଏକ୍‌ୱାଡ୍‌ଙ୍କ ବିସ୍ଫୋରକ ଅର୍ଦ୍ଧଶତକ ପରେ ସଞ୍ଜୁ ସାମ୍‌ସନ ଓ ରିଙ୍କୁ ସିଂହଙ୍କ ଉପଯୋଗୀ ଇନିଂସ ବଳରେ ପ୍ରଥମେ ବ୍ୟାଟିଂକରି ଭାରତ ୫ ୱିକେଟରେ ୧୮୫ ରନ୍‌ କରି ପାରିଥିଲା । ପରେ ଓପ୍‌ନର ଆଣ୍ଡି ବାଲ୍‌ବର୍ନିଙ୍କ ଲଢ଼ୁଆ ଅର୍ଦ୍ଧଶତକ ସତ୍ତ୍ବେ ଆୟରଲାଣ୍ଡ ୮ ୱିକେଟ ହରାଇ ୧୫୨ ରନ୍‌ କରି ପାରିଥିଲା। ବୁଧବାର ୩ୟ ତଥା ଅନ୍ତିମ ଟ୍ବେଣ୍ଟି-୨୦ ମ୍ୟାଚ୍‌ ଖେଳାଯିବ।