ଶ୍ରୀଲଙ୍କା ପରିସ୍ଥିତି ନେଇ ଭାରତ ଚିନ୍ତିତ: ଜୟଶଙ୍କର

ଏପରି ଆର୍ଥିକ ସଙ୍କଟ ପାଇଁ ସେଠାରେ ଶ୍ରୀଲଙ୍କାରେ ଲୋକମାନେ ପ୍ରତିବାଦ କରୁଛନ୍ତି…

ନୂଆଦିଲ୍ଲୀ: ଶ୍ରୀଲଙ୍କାର ଆର୍ଥିକ ସଙ୍କଟକୁ ନେଇ କେନ୍ଦ୍ର ସରକାର ଏକ ସର୍ବଦଳୀୟ ବୈଠକ କରିଛନ୍ତି । ଏଥିରେ କେନ୍ଦ୍ର ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ଓ ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହଲ୍ଲାଦ ଜୋଶୀ ଯୋଗ ଦେଇଥିଲେ । ଶ୍ରୀଲଙ୍କାରେ ପରିସ୍ଥିତି ଏବେ ସଙ୍କଟଜନକ ରହିଛି ଓ ଏନେଇ ଭାରତ ଚିନ୍ତିତ ବୋଲି ଏହି ବୈଠକରେ ବୈଦେଶିକ ମନ୍ତ୍ରୀ କହିଛନ୍ତି । ଅନ୍ୟମାନଙ୍କ ଭିତରେ କଂଗ୍ରେସ ନେତା ପି ଚିତାମ୍ୱରମ ଓ ମନିକମ ଟେଗୋର, ଶରଦ ପୱାର, ଡିଏମକେ ନେତା ଟିଆର ବାଲୁ ଓ ଏମଏମ ଅବଦୁଲ୍ଲା ଏହି ବୈଠକରେ ଉପସ୍ଥିତ ଥିଲେ । ଏହି ବୈଠକରେ ଏଆଇଡିଏମକେ ନେତା, ଟିଏମସି ନେତା, ନ୍ୟାସନାଲ କନଫେରେନ୍ସ ନେତା ଫାରୁକ ଅବଦୁଲ୍ଲା, ଆପ ନେତା ସଞ୍ଜୟ ସିଂହ ପ୍ରମୁଖ ଏହି ବୈଠକରେ ସାମିଲ ହୋଇଥିଲେ ।

୭ ଦଶନ୍ଧି ମଧ୍ୟରେ ଶ୍ରୀଲଙ୍କା ସବୁଠାରୁ ଖରାପ ଆର୍ଥିକ ସଙ୍କଟର ସାମ୍ନା କରୁଛି । ଏବେ ଶ୍ରୀଲଙ୍କାରେ ବିଦେଶୀ ମୁଦ୍ରା ଅଭାବ ହେତୁ ଅତ୍ୟାବଶ୍ୟକ ସାମଗ୍ରୀର ଆମଦାନୀରେ ବାଧା ସୃଷ୍ଟି ହୋଇଛି । ଏପରି ଆର୍ଥିକ ସଙ୍କଟ ପାଇଁ ସେଠାରେ ଶ୍ରୀଲଙ୍କାରେ ଲୋକମାନେ ପ୍ରତିବାଦ କରୁଛନ୍ତି । ଏଥିପାଇଁ ସେଠାରେ ଏବେ ରାଜନୈତିକ ସଙ୍କଟ ମଧ୍ୟ ଦେଖାଦେଇଛି । ଏପରି ସଙ୍କଟ ସମୟରେ ଭାରତ ହସ୍ତକ୍ଷେପ କରିବା ଆବଶ୍ୟକ ବୋଲି ଦାବି କରିଥିଲେ ।