ଶ୍ରୀଲଙ୍କାକୁ ହରାଇଲା ପାକିସ୍ତାନ : ଭାରତକୁ ଫାଇଦା

ଶ୍ରୀଲଙ୍କାକୁ ପ୍ରଥମ ଟେଷ୍ଟରେ ହରାଇବା ପରେ ପାକିସ୍ତାନ ଆଇସିସି ବିଶ୍ୱ ଟେଷ୍ଟ…

ନୂଆଦିଲ୍ଲୀ: ଶ୍ରୀଲଙ୍କାକୁ ପ୍ରଥମ ଟେଷ୍ଟରେ ହରାଇବା ପରେ ପାକିସ୍ତାନ ଆଇସିସି ବିଶ୍ୱ ଟେଷ୍ଟ ଚାମ୍ପିୟନଶିପର ୩ନଂ ସ୍ଥାନରେ ପହଞ୍ଚିଛି ପାକିସ୍ତାନ । ଶ୍ରୀଲଙ୍କା ତା’ର ପ୍ରଥମ ଇନିଂସରେ ୨୨୨ ରନ କରିଥିବା ବେଳେ ପାକିସ୍ତାନ ୨୧୮ ରନରେ ଅଲଆଉଟ ହୋଇଯାଇଥିଲା । ଶ୍ରୀଲଙ୍କା ଦ୍ୱିତୀୟ ଇନିଂସରେ ୩୩୭ ରନ କରିବାରୁ ପାକିସ୍ତାନକୁ ୩୪୨ ରନର ଟାର୍ଗେଟ ମିଳିଥିଲା । ଏହି ଟାର୍ଗେଟକୁ ପାକିସ୍ତାନ ଓପନର ଅବଦୁଲ୍ଲା ସଫୈକ୍ୟୁଙ୍କ ଅପରାଜିତ ୧୬୦ ରନ ବଳରେ ୬ ୱିକେଟ ହରାଇ ହାସଲ କରି ନେଇଛି । ଶ୍ରୀଲଙ୍କା ପକ୍ଷରୁ ପ୍ରଭାତ ଜୟସୂରିୟା ପ୍ରଥମ ଇନିଂସରେ ୬ଟି ୱିକେଟ ଓ ଦ୍ୱିତୀୟ ଇନିଂସରେ ୪ଟି ୱିକେଟ ଦଖଲ କରିଛନ୍ତି । ଶ୍ରୀଲଙ୍କାକୁ ୪ ୱିକେଟରେ ହରାଇବା ପରେ ପାକିସ୍ତାନକୁ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପର ପଏଣ୍ଟ ଟେବୁଲରେ ଫାଇଦା ମିଳିଛି । ସେହିପରି ଭାରତ ମଧ୍ୟରେ ଏହି ପଏଣ୍ଟ ଟେବୁଲରେ ଉପରକୁ ଉଠି ଚତୁର୍ଥ ସ୍ଥାନରେ ରହିଛି ।