ଭାରତ ହାତରେ ଚୀନ୍ ଚୁଟି

ନୂଆଦିଲ୍ଲୀ: ଲଦାଖ ପରିସ୍ଥିତିକୁ ନେଇ ଆଜି ଭାରତ ଓ ଚୀନ୍ ମଧ୍ୟରେ ଷଷ୍ଠ ପର୍ଯ୍ୟାୟ କୋର କମାଣ୍ଡର ସ୍ତରୀୟ ଆଲୋଚନା ଆରମ୍ଭ ହୋଇଛି। ହେଲେ ଏହା ପୂର୍ବରୁ ଭାରତୀୟ ସେନା କମାଲ୍ କରି ଦେଖାଇଛି। ବ୍ଲାକ୍ ଟପ ପର୍ବତ କବ୍ଜା କରି ଚୀନ ପିଏଲଏର ରାତିର ନିଦ ହଜାଇଥିବା ଭାରତୀୟ ସେନା ପୁଣି ୬ଟି ମୁଖ୍ୟ ସ୍ଥାନରେ ନିଜର ଉପସ୍ଥିତି ଜାହିର କରିଛି। ଯାହାକି ପିଏଲଏର ଚିନ୍ତାକୁ ଦ୍ୱିଗୁଣିତ କରିଦେଇଛି।

Galwan Valley face-off: India's border state infrastructure push has irked  China - India News , Firstpost

ପୁଣି ୬ଟି ପର୍ବତ ଶିଖର ଅକ୍ତିଆର କରିବା ପରେ ଏଲଏସିରେ ଭାରତୀୟ ସେନାର ସ୍ଥିତି ବେଶ ମଜବୁତ ହୋଇଯାଇଛି। ଏଣିକି ଚୀନ ସେନାର ଯେକୌଣସି ଚାଲ୍ କି କୁଚକ୍ରାନ୍ତକୁ ପଣ୍ଡ କରିବା ସହ ଉଚିତ୍ ଜବାବ ଦେବା ଭାରତୀୟ ସେନା ପାଇଁ ସହଜ ହୋଇଯିବ। ପଞ୍ଜାବୀ ଗୀତ ବଜାଇ, ଖୋଲା ଗୁଳି ଚାଳନା କରି ପିଏଲଏ ଉତ୍ତେଜନା ସୃଷ୍ଟି କରିବାରେ ଲାଗିଥିବା ବେଳେ ଭାରତ ଚୀନର ଚୁଟି ଧରି ନେଇଛି। ଏଣିକି କୂଟନୈତିକ ସ୍ତରରେ ମଧ୍ୟ ଚୀନ୍ ନରମ ମନୋଭାବ ପୋଷଣ କରିବାକୁ ବାଧ୍ୟହେବ। କାହିଁକି ନା ଗଲୱାନ ଭଳି ଘଟଣାର ପୁନରାବୃତ୍ତି କଲେ ଏବେ ଚୀନ୍ କଡ଼ା ପରିଣାମ ଭୋଗିବ।

ଇତିମଧ୍ୟରେ ଚୀନ୍ ଆୟତ୍ତରେ ଥିବା ମୋଲ୍ଡୋରେ ଆଜି ଉଭୟ ସେନା ମଧ୍ୟରେ କୋର କମାଣ୍ଡର ସ୍ତରୀୟ ଆଲୋଚନା ଆରମ୍ଭ ହୋଇଛି। ପୂର୍ବରୁ ସମାନ ଧରଣର ଆଲୋଚନା ୫ ଥର ହୋଇସାରିଥିବା ବେଳେ ଆଜି ଷଷ୍ଠ ଥର ପାଇଁ ଚାଲିଛି। ଏଲଏସିରେ ଉତ୍ତେଜନା ଉପୁଜିବା ପରେ ପ୍ରଥମେ ଜୁନ ୬ ତାରିଖରେ ବୈଠକ ବସିଥିଲା ଏବଂ ଉଭୟ ପଟୁ ସୈନ୍ୟ ଅପସାରଣ ଲାଗି ନିଷ୍ପତ୍ତି ନିଆଯାଇଥିଲା। ହେଲେ ଜୁନ ୧୫ ତାରିଖ ରାତିରେ ସଂଘର୍ଷ ଘଟି ଭାରତର ୨୦ ଯବାନ ଶହୀଦ ହୋଇଥିଲେ।

India-China border row: Indian Army gains strategic advantage in Ladakh,  takes control of six major peaks

ନିକଟରେ ମସ୍କୋ ଠାରେ ଏସସିଓ ବୈଠକ ବେଳେ ଉଭୟ ଦେଶର ବୈଦେଶିକ ବ୍ୟାପାର ମନ୍ତ୍ରୀ ଦୁଇ ଦେଶ ମଧ୍ୟରେ ୫ ସୁତ୍ରୀ ଚୁକ୍ତିନାମା ସ୍ୱାକ୍ଷର କରିଛନ୍ତି। ଯାହାର ଆଧାରରେ ଆଜିର ଆଲୋଚନା ବୈଠକ ପୁଣି ଅନୁଷ୍ଠିତ ହୋଇଛି। ତେବେ ପ୍ରଥମ ଥର କୋର କମାଣ୍ଡର ସ୍ତରୀୟ ବୈଠକରେ ଜଣେ ବୈଦେଶିକ ଅଧିକାରୀ ଅଂଶଗ୍ରହଣ କରିବେ। ଭାରତ ପକ୍ଷରୁ ଯୁଗ୍ମ ସଚିବ ନବୀନ ଶ୍ରୀବାସ୍ତବ ଆସନ୍ତାକାଲି ଏହି ଆଲୋଚନାରେ ଭାଗନେବେ।