ନୂଆଦିଲ୍ଲୀ: କୋଭିଡ-୧୯ ବୁଷ୍ଟର୍ ଡୋଜ ଟିକାକୁ ଭାରତ ଅନୁମୋଦନ କରିଛି । ଏହି ଟିକା ଆସନ୍ତା ଜାନୁଆରି ୧୦ରୁ ସ୍ୱାସ୍ଥ୍ୟସେବା ଏବଂ ଆକ୍ରାନ୍ତଙ୍କ ସହ ସଂସ୍ପର୍ଶରେ ଆସୁଥିବା ବ୍ୟକ୍ତି ଏବଂ ଅନ୍ୟାନ୍ୟ ରୋଗ ଥିବା ୬୦ ବଷର୍ବରୁ ଊର୍ଦ୍ଧ୍ୱ ବୟସ୍କ ବ୍ୟକ୍ତିଙ୍କୁ ଦିଆଯିବ ବୋଲି ପ୍ରଧାନମନ୍ତ୍ରୀ ମୋଦି କହିଥିଲେ ।
କିନ୍ତୁ ବୁଷ୍ଟର୍ ଡୋଜ ଭାବେ ସୁପରିଚିତ ପ୍ରିକସନାରି ଡୋଜ୍ ନେବା ଉପରୋକ୍ତ ବର୍ଗର ବ୍ୟକ୍ତିବିଶେଷଙ୍କ ଇଚ୍ଛାଧୀନ । ଡାକ୍ତରଙ୍କ ସୁପାରିସକ୍ରମେ ବୁଷ୍ଟର ଡୋଜ ନେଇ ପାରିବେ । ସୂଚନାଯୋଗ୍ୟ ଯେ, ବୁଷ୍ଟରଡୋଜ ଭାରତରେ କେଉଁ ଟିକା ଦିଆଯିବ ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ ।