ଏହି ଦେଶରେ ୭ ଦିନରେ ୧୭ ଲକ୍ଷ ସଂକ୍ରମଣ

ଲଣ୍ଡନ : ବ୍ରିଟେନରେ ୭ ଦିନରେ ୧୭ ଲକ୍ଷ ନୂଆ କୋଭିଡ ସଂକ୍ରମଣ ମାମଲା ଚିହ୍ନଟ ହୋଇଛି । ଏହା ବ୍ରିଟେନରେ ସର୍ବାଧିକ ସଂକ୍ରମଣ । ତଥ୍ୟ ଅନୁଯାୟୀ ଗତ ସପ୍ତାହରେ ଇଂଲଣ୍ଡରେ ୧,୫୪୪,୬୦୦ ଜଣ ସଂକ୍ରମିତ ହୋଇଥିଲେ । ଅନ୍ୟପକ୍ଷରେ ଲଣ୍ଡନରେ ସବୁଠୁ ଦ୍ରୁତ ଗତିରେ ସଂକ୍ରମଣ ମାଡୁଛି । ଏଠାରେ ପ୍ରତି ୨୦ ଜଣରେ ଜଣେ କରୋନା ସଂକ୍ରମିତ ହୋଇଛନ୍ତି । ଅନ୍ୟପକ୍ଷେ ଉତ୍ତର ପୂର୍ବରେ ପ୍ରତି ୫୫ ଜଣ?ରେ ଜଣେ ସଂକ୍ରମିତ ହୋଇଛନ୍ତି । ଇଂଲାଣ୍ଡରେ ବି ଓମିକ୍ରନ୍‌? ସଂକ୍ରମଣ ବ?ୁଛି । ୱେଲ୍ସରେ ୭୦ ହଜାର ଲୋକ ଗତ ସପ୍ତାହରେ କରୋନା ସଂକ୍ରମିତ ହୋଇଛନ୍ତି ।

ଏହି ସମାନ ସମୟରେ ଉତ୍ତର ଆୟରଲାଣ୍ଡରେ ୪୪,୯୦୦ ଲୋକ ସଂକ୍ରମିତ ହୋଇଥିଲେ । ସ୍କଟଲାଣ୍ଡରେ ଡିସେମ୍ବର ୧୩-୧୯ ମଧ୍ୟରେ ୭୯,୨୦୦ ଲୋକ ସଂକ୍ରମିତ ହୋଇଛନ୍ତି । ଗତ କିଛି ଦିନ ଧରି ବ୍ରିଟେନରେ ଲଗାତାର ସଂକ୍ରମଣ ବ?ୁଛି । ବ୍ରିଟେନରେ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଆକଳନ ଅନୁଯାୟୀ ଡିସେମ୍ବର ଶେଷ ସୁଦ୍ଧା? ଆଉ ୧୦ ଲକ୍ଷରୁ ଅଧିକ ଲୋକ ସଂକ୍ରମିତ ହେବେ ।