ଜଳବାୟୁ ପରିବର୍ତ୍ତନ ପ୍ରଦର୍ଶନ ସୂଚକାଙ୍କ (ସିସିପିଆଇ, ୨୦୨୩)ରେ ଭାରତର ଉନ୍ନତି : ଦୁଇଟି ସ୍ଥାନ ଉପରକୁ ଉଠି ହାସଲ କଲା ଅଷ୍ଟମ ସ୍ଥାନ
ଅନ୍ତର୍ଜାତୀୟ ଜଳବାୟୁ ରାଜନୀତିରେ ସ୍ୱଚ୍ଛତା ବୃଦ୍ଧି କରିବାକୁ ସିସିପିଆଇ ଲକ୍ଷ୍ୟ ରଖିଛି ଏବଂ ଜଳବାୟୁ ସୁରକ୍ଷା ପ୍ରୟାସ ଏବଂ ବିଭିନ୍ନ ଦେଶ ଦ୍ୱାରା କରାଯାଇଥିବା ପ୍ରଗତିର ତୁଳନାକୁ ଏହା ସକ୍ଷମ କରିଥାଏ । ୨୦୦୫ ଠାରୁ ପ୍ରତି ବର୍ଷ ଜଳବାୟୁ ପରିବର୍ତ୍ତନ ପ୍ରଦର୍ଶନ ସୂଚକାଙ୍କ (ସିସିପିଆଇ) ପ୍ରକାଶିତ ହେଉଛି ।
୫୯ଟି ଦେଶ ଏବଂ ୟୁରୋପୀୟ ସଂଘର ଜଳବାୟୁ ସୁରକ୍ଷା ପ୍ରଦର୍ଶନ ଉପରେ ନଜର ରଖିବା ପାଇଁ ଏକ ନିରପେକ୍ଷ ଅନୁଧ୍ୟାନ ବ୍ୟବସ୍ଥା । ପ୍ରତି ବର୍ଷ, ସିସିପିଆଇ ମୂଲ୍ୟାଙ୍କିତ ଦେଶ ଗୁଡିକ ମଧ୍ୟରେ ଗୁରୁତ୍ୱପୂର୍ଣ୍ଣ ସାର୍ବଜନିନ ଏବଂ ରାଜନୈତିକ ବିତର୍କ ଆରମ୍ଭ କରେ । ଏହି ୫୯ ଟି ଦେଶର ଜଳବାୟୁ ସୁରକ୍ଷା ପ୍ରଦର୍ଶନ, ଯାହା ବିଶ୍ୱର ଗ୍ରୀନ୍ହାଉସ୍ ଗ୍ୟାସ୍ (ଜିଏଚ୍ଜି) ନିର୍ଗମନର ୯୨%ର ଅଂଶବିଶେଷ, ଯାହାର ମୂଲ୍ୟାଙ୍କନ ଚାରୋଟି ଶ୍ରେଣୀରେ କରା ଯାଇଛି: ଜିଏଚ୍ଜି ନିର୍ଗମନ (ସାମଗ୍ରିକ ସ୍କୋରର ୪୦%), ନବୀକରଣ ଯୋଗ୍ୟ ଶକ୍ତି (ସାମଗ୍ରିକ ସ୍କୋରର ୨୦%), ଶକ୍ତି ବ୍ୟବହାର (ସାମଗ୍ରିକ ସ୍କୋରର ୨୦%) ଏବଂ ଜଳବାୟୁ ନୀତି (ସାମଗ୍ରିକ ସ୍କୋରର ୨୦%) ।
ଜିଏଚ୍ଜି ନିର୍ଗମନ ଏବଂ ଶକ୍ତି ବ୍ୟବହାର ବର୍ଗରେ ଭାରତ ଏକ ଉଚ୍ଚ ମାନ୍ୟତା ପାଇଥିବାବେଳେ ଜଳବାୟୁ ନୀତି ଏବଂ ନବୀକରଣ ଯୋଗ୍ୟ ଶକ୍ତି ପାଇଁ ଏକ ମାଧ୍ୟମ ମାନ୍ୟତା ଲାଭ କରିଛି । ନବୀକରଣ ଯୋଗ୍ୟ ଶକ୍ତିର ଦ୍ରୁତ ନିୟୋଜନ ଏବଂ ଶକ୍ତି ଦକ୍ଷତା ପ୍ରୋଗ୍ରାମ ପାଇଁ ଦୃଢ଼ ସଂରଚନା ଦିଗରେ ଭାରତର ଆକ୍ରମଣାତ୍ମକ ନୀତି ଗୁଡିକ ଯଥେଷ୍ଟ ପ୍ରଭାବ ପକାଇଛି । ସିସିପିଆଇ ରିପୋର୍ଟ ଅନୁଯାୟୀ, ଭାରତ ଏହାର ୨୦୩୦ ନିର୍ଗମନ ଲକ୍ଷ୍ୟ ପୂରଣ କରିବାକୁ ଟ୍ରାକରେ ଅଛି (ଏକ ନିମ୍ନ – ୨ ଡିଗ୍ରୀ ସେଲ୍ସିଅସସ୍ ସହିତ ସୁସଙ୍ଗତ)।
ସିସିପିଆଇ ଦ୍ୱାରା ଦିଆ ଯାଇଥିବା ର଼୍ୟାଙ୍କିଙ୍ଗ୍ ଭାରତକୁ ଏକମାତ୍ର ଜି -୨୦ ଦେଶ ଭାବରେ ଶ୍ରେଷ୍ଠ ୧୦ ମାନ୍ୟତାରେ ସ୍ଥାନିତ କରିଛି । ଏଠାରେ ଉଲ୍ଲେଖ କରାଯାଇପାରେ ଯେ ଭାରତ ବର୍ତ୍ତମାନ ଜି -୨୦ ଅଧ୍ୟକ୍ଷତା ଗ୍ରହଣ କରିବ ଏବଂ ବିଶ୍ୱକୁ ନିଜର ଜଳବାୟୁ ହ୍ରାସ ନୀତି ଯେପରିକି ଶକ୍ତିର ଅକ୍ଷୟ ଉତ୍ସ ନିୟୋଜନ ଏବଂ ଅନ୍ୟାନ୍ୟ ଶକ୍ତି ପରିବର୍ତ୍ତନ କାର୍ଯ୍ୟକ୍ରମ ପ୍ରଦର୍ଶିତ କରିବା ପାଇଁ ଏହା ଏକ ଉପଯୁକ୍ତ ସମୟ ହେବ ।
କେନ୍ଦ୍ର ଶକ୍ତି ଏବଂ ନୂତନ ତଥା ନବୀକରଣ ଯୋଗ୍ୟ ମନ୍ତ୍ରୀ ଶ୍ରୀ ଆର. କେ. ସିଂହ ଏହା ଉପରେ ଆଲୋକପାତ କରି କହିଛନ୍ତି ଯେ ଭାରତର ସିସିପିଆଇ ମାନ୍ୟତା ମହାମାରୀ ତଥା କଠିନ ଅର୍ଥନୈତିକ ସମୟ ସତ୍ତ୍ୱେ ବିଶ୍ୱ ଜଳବାୟୁ ପରିବର୍ତ୍ତନକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ପ୍ରଦର୍ଶିତ ନେତୃତ୍ୱର ପ୍ରମାଣ ଅଟେ । ବିଶ୍ୱ ସ୍ତରରେ ଶ୍ରେଷ୍ଠ ୫ମ ମାନ୍ୟତା ପ୍ରତିଫଳିତ କରୁଛି ଯେ ବିଶ୍ୱର ଯେକୌଣସି ସ୍ଥାନ ଅପେକ୍ଷା ନବୀକରଣ ଯୋଗ୍ୟ କ୍ଷମତା ସ୍ଥାପନ ଭଳି ଭାରତ ଶକ୍ତି ପରିବର୍ତ୍ତନ କାର୍ଯ୍ୟକ୍ରମ ଗୁଡିକୁ ବହୁତ ଦ୍ରୁତ ଗତିରେ କାର୍ଯ୍ୟକାରୀ କରୁଛି । ସେ ବିଭିନ୍ନ ଚାହିଦା ଥିବା ପ୍ରମୁଖ କାର୍ଯ୍ୟକ୍ରମ ଯେପରିକି ଉଜାଲା, ପିଏଟି ଯୋଜନା ଏବଂ ଷ୍ଟାଣ୍ଡାର୍ଡ ଏବଂ ଲେବେଲିଂ କାର୍ଯ୍ୟକ୍ରମ ଉପରେ ମଧ୍ୟ ଆଲୋକପାତ କରିଥିଲେ ଯାହା ଏହି ଉଲ୍ଲେଖନୀୟ ସଫଳତା ପାଇଁ ବିଶେଷ ଅବଦାନ ଦେଇଛି ।