ଭଡ଼ା ବାବଦ ୬୧୦ କୋଟି ଫେରାଇଲା ଇଣ୍ଡିଗୋ

କେନ୍ଦ୍ର ବେସାମରିକ ବିମାନ ଚଳାଚଳ ….

ନୂଆଦିଲ୍ଲୀ: କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ ନିର୍ଦ୍ଦେଶ କ୍ରମେ ଇଣ୍ଡିଗୋ ପକ୍ଷରୁ ଯାତ୍ରୀମାନଙ୍କୁ ବିମାନ ଭଡ଼ା ଫେରସ୍ତ ଜାରି ରଖିଛି। ରବିବାର ରାତି ୮ଟା ସୁଦ୍ଧା ମୋଟ ୬୧୦ କୋଟି ଟଙ୍କା ଫେରସ୍ତ କରିଛି। ସେହିପରି ବାତିଲ ଦ୍ୱାରା ପ୍ରଭାବିତ ଯାତ୍ରା ରିସିଡ୍ୟୁଲିଂ ପାଇଁ କୌଣସି ଅତିରିକ୍ତ ଶୁଳ୍କ ନିଆଯିବ ନାହିଁ ବୋଲି ନିର୍ଦ୍ଦେଶ ଦିଆଯାଇଛି। ଇଣ୍ଡିଗୋ ବିମାନ ଚାଳନା ସଂକଟ ଯୋଗୁଁ ସୃଷ୍ଟି ହୋଇଥିବା ଅଚଳାବସ୍ଥାକୁ ଦୂର କରିବା ଏବଂ ଯାତ୍ରୀମାନେ ଯେପରି ଅଧିକ ସମୟ ପର୍ଯ୍ୟନ୍ତ ସମସ୍ୟାର ସମ୍ମୁଖୀନ ନ ହୁଅନ୍ତି ତାହା ନିଶ୍ଚିତ କରିବା ପାଇଁ ମନ୍ତ୍ରଣାଳୟ ତୁରନ୍ତ ଏବଂ ନିର୍ଣ୍ଣାୟକ ପଦକ୍ଷେପ ନେଇଛି। ଏହା ଫଳରେ ଦେଶବ୍ୟାପୀ ବିମାନ ଯାତ୍ରା ଦ୍ରୁତ ଗତିରେ ସ୍ୱାଭାବିକ ହେଉଛି। ଯାତ୍ରୀଙ୍କଠାରୁ ଅଲଗା ହୋଇଯାଇଥିବା କିମ୍ବା ମିଳୁ ନଥିବା ସବୁ ବ୍ୟାଗେଜ ୪୮ ଘଂଟା ମଧ୍ୟରେ ଚିହ୍ନଟ କରି ଫେରସ୍ତ କରିବାକୁ ମନ୍ତ୍ରଣାଳୟ ଇଣ୍ଡିଗୋକୁ ନିର୍ଦ୍ଦେଶ ଦେଇଛି। ଯାତ୍ରୀମାନେ ଯେପରି ଅଧିକ ସମୟ ପର୍ଯ୍ୟନ୍ତ ସମସ୍ୟାର ସମ୍ମୁଖୀନ ନ ହୁଅନ୍ତି ତାହା ନିଶ୍ଚିତ କରିବା ପାଇଁ ମନ୍ତ୍ରଣାଳୟ ତୁରନ୍ତ ଏବଂ ନିର୍ଣ୍ଣାୟକ ପଦକ୍ଷେପ ନେଇଛି।