ବିରୋଧୀ ଦଳ ନେତା ପଦରୁ ଇସ୍ତଫା ଦେଲେ କମଲ ନାଥ

ବିଧାନସଭା ବିରୋଧୀ ଦଳର ନେତା ପଦରୁ ଇସ୍ତଫା…

ନୂଆଦିଲ୍ଲୀ: ବିଧାନସଭା ବିରୋଧୀ ଦଳର ନେତା ପଦରୁ ଇସ୍ତଫା ଦେଇଛନ୍ତି ବରିଷ୍ଠ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ କମଲ ନାଥ । ରାଜ୍ୟ କଂଗ୍ରେସ ହାଇକମାଣ୍ଡ ସୋନିଆ ଗାନ୍ଧୀଙ୍କ ପାଖକୁ ସେ ତାଙ୍କର ଇସ୍ତଫା ପତ୍ର ପଠାଇଛନ୍ତି । ସୋନିଆ ମଧ୍ୟ ତାଙ୍କ ଇସ୍ତଫା ପତ୍ର ଗ୍ରହଣ କରିଛନ୍ତି । ସେହିପରି ଡ. ଗୋବିନ୍ଦ ସିଂହଙ୍କୁ ବିଧାୟକ ଦଳର ନେତା ନିଯୁକ୍ତି ଦେବା ସହ ତାଙ୍କୁ ବିରୋଧୀ ଦଳର ନେତା ଭାବେ ନିଯୁକ୍ତି ଦିଆଯାଇଛି ।